ଚଣ୍ଡିଗଡ:ପଞ୍ଜାବ ଅମୃତସରରେ ଥିବା ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମାମଲାର ଏସଆଇଟି ତଦନ୍ତ କରିବ । ଘଟଣାକୁ ନେଇ ଗତକାଲି (ରବିବାର) ସିମଲାରୁ ସମ୍ପୃକ୍ତ ଯୁବତୀଙ୍କ ପୁରଷ ବନ୍ଧୁଙ୍କୁ ଗିରଫ କରାଯାଇଥିଲା । ତେବେ ଆଜିଠୁ ଶନିବାର ଅର୍ଥାତ 24 ତାରିଖ ଯାଏ 6 ଦିନ ପାଇଁ ବିଶ୍ବ ବିଦ୍ୟାଳୟର ସମସ୍ତ କ୍ଲାସକୁ ବାତିଲ କରାଯାଇଛି । ଛାତ୍ରୀମାନେ ସେମାନଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି ।
ଭିଡିଓ ଲିକ ଘଟଣାକୁ ନେଇ ବିଦ୍ୟାର୍ଥୀ ମାନେ ଆନ୍ଦୋଳନ କରିଥିଲେ । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ଦାବି ପୂରଣ କିରବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା । ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨ ଜଣ ୱାର୍ଡେନଙ୍କ ଅବହେଳା ପାଇଁ ତାଙ୍କୁ ନିଲମ୍ବନ ହୋଇଛନ୍ତି । ହଷ୍ଟେଲର ସମସ୍ତ ୱାର୍ଡେନଙ୍କୁ ବଦଳି କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 24 ତାରିଖ ଯାଏ 6 ଦିନ ପାଇଁ କଲେଜର ସମସ୍ତ କ୍ଲାସ ବନ୍ଦ ରଖାଯାଇଛି ।