ଓଡିଶା

odisha

ETV Bharat / bharat

ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ହଜାରେ ଟଙ୍କା ଫାଇନ୍ - ମାସ୍କ ନ ପିନ୍ଧିଲେ ତଣ୍ତ ଗଣିବେ ଚଣ୍ତିଗଡବାସୀ

କୋରୋନା ସଂକ୍ରମଣକୁ ରୋକିବାକୁ ପଞ୍ଜାବ ସରକାରଙ୍କ ନୂଆ ପ୍ଲାନ । ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଫାଇନ । ସରକାର ବଢାଇଲେ ଜୋରିମାନା ରାଶି । ଅଧିକ ପଢନ୍ତୁ...

Chandigarh: Rs 1,000 fine for not wearing masks in public places
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ହଜାରେ ଟଙ୍କା ଫାଇନ୍

By

Published : Nov 27, 2020, 2:57 PM IST

ଚଣ୍ତିଗଡ: କୋରୋନା ସଂକ୍ରମଣକୁ ରୋକିବାକୁ ମାସ୍କକୁ ରକ୍ଷା କବଜ ଭାବେ ଗ୍ରହଣ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଥିବାରୁ ଦେବାକୁ ପଡୁଛି ଜୋରିମାନା । ଶହେ କି ଦୁଇ ଶହ ନୁହଁ ଏକାଥରକେ 1000 ଟଙ୍କା ଜୋରିମାନା ଦେବେ ନିୟମ ଖିଲାପକାରୀ । ଚଣ୍ତିଗଡରେ ମାସ୍କ ପିନ୍ଧିବାକୁ କଡାକଡି କଲା ପ୍ରଶାସନ । ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ 1000 ଟଙ୍କାର ତଣ୍ତ ।

ପୂର୍ବରୁ ଏହି ଜୋରିମାନା ରାଶି 5 ଶହ ଟଙ୍କା ଥିବାବେଳେ ଏବେ ଏହାକୁ ବୃଦ୍ଧି କରିଛନ୍ତି ପଞ୍ଜାବ ସରକାର । ତେବେ ବର୍ତ୍ତମାନ ସୁଦ୍ଧା ଚଣ୍ଡିଗଡ଼ରେ ରାତି କର୍ଫ୍ୟୁ ଲାଗୁ ହେବ ନାହିଁ । ଯଦି କୋରୋନା ମାମଲା ରାଜ୍ୟରେ ବୃଦ୍ଧି ପାଏ ତେବେ, ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ । ସେପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିସେମ୍ବର 1ରେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଏହାପୂର୍ବରୁ,ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ 500 ରୁ 2000 ଟଙ୍କାକୁ ଜୋରିମାନା ରାଶି ବୃଦ୍ଧି କରିଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବ ସରକାର ଡିସେମ୍ବର 1ରୁ ସମସ୍ତ ବଜାର ଓ ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ABOUT THE AUTHOR

...view details