ବେଙ୍ଗାଲୁରୁ: ଷ୍ଟେଜରେ ଅଭିନୟ କରୁଥିଲେ କଳାକାର । ନାଟକର ନାଁ କୁଣ୍ଡାଳିକାର ହତ୍ୟା । ଦୃଶ୍ୟ ଥିଲା ମା' ଚାମୁଣ୍ଡି ରାକ୍ଷସ ମହିଷାର ବଦ୍ଧ କରିବେ । ଅଭିନୟ ଏତେ ଜୀବନ୍ତ ଥିଲା ଯେ ଲୋକେ ଲୋକେ ବି ନାଟକ ସହ ଜୋଡି ହୋଇଯାଇଥିଲେ । ହେଲେ ମା'ଙ୍କ ଅଭିନୟ କରୁଥିବା ବ୍ୟକ୍ତି ନିଜ ଚରିତ୍ର ଭିତରେ ଏପରି ଜଡିତ ହୋଇ ଯାଇଥିଲେ ଯେ ସତକୁ ସତ ମହିଷାକୁ ବଦ୍ଧ କରିବାକୁ ଆଗେଇ ଯାଇଥିଲେ । ସ୍ଥାନୀୟ କଳାକାରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକର ମନ୍ଧ୍ୟା କାଲାମନ୍ଦିରରେ ଦେଖିବାକୁ ମିଳିଛି ଏହି ଘଟଣା ।
ଅଭିନୟରେ ଏତେ ମଜିଗଲେ ଯେ, ଶେଷରେ... - ଅଭିନୟ ଭିତରେ ପସିଗଲେ କଳାକାର
ଅଭିନୟ କରୁ କରୁ ସତ ସତିକା ବଦ୍ଧ କରିବାକୁ ଉଦ୍ୟମ କଲେ କଳାକାର । କର୍ଣ୍ଣାଟକର ମନ୍ଧ୍ୟା କାଲାମନ୍ଦିରରେ ଦେଖିବାକୁ ମିଳିଛି ଏହି ଘଟଣା ।
ଅଭିନୟ ଭିତରେ ପସିଗଲେ କଳାକାର, ଏହାପରେ କ'ଣ କଲେ ପଢନ୍ତୁ...
ଷ୍ଟେଜ୍ରେ ଡ୍ରାମା କରୁଥିବାବେଳେ ନିଜ ଭୂମିକାକୁ ଅଧିକ ଜୀବନ୍ତ କରିବା ପାଇଁ ନିଜ ନିଜ ଚରିତ୍ରରେ ଅଧିକ ଜଡିତ ହୋଇଥାନ୍ତି କଳାକାରମାନେ । କିନ୍ତୁ ବେଳେ ବେଳେ ଏମିତି ହୁଏ କଳାକାରମାନେ ଚରିତ୍ର ଭିତରେ ଏଭଳି ପସି ଯାଆନ୍ତି ଯେ, ଷ୍ଟେଜ୍ରେ ହିଁ କିଛି ଭୁଲ କରିବସନ୍ତି । ଆଉ କର୍ଣ୍ଣାଟକର ମନ୍ଧ୍ୟା ଜିଲ୍ଲାର ଏହି ଘଟଣା ଏହାକୁ ସତ୍ୟ ପ୍ରମାଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ