ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି - ଉତ୍ତରାଖଣ୍ଡର ଚମୋଲୀରେ ଜଳପ୍ରଳୟ

ଉତ୍ତରାଖଣ୍ଡ ଜଳପ୍ରଳୟରେ ଆଉ 3 ମୃତଦେହ ଜବତ ପରେ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି । ଘଟଣାସ୍ଥଳରେ ଜାରି ରହିଛି ରେସକ୍ୟୁ ଅପରେସନ। ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି
ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି

By

Published : Feb 14, 2021, 10:39 AM IST

Updated : Feb 14, 2021, 12:48 PM IST

ଡେରାଡୁନ:ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ସୃଷ୍ଟ ଜଳପ୍ରଳୟରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 41 ରେ ପହଞ୍ଚିଛି । ଏପଟେ ଉଦ୍ଧାର କାର୍ଯ୍ୟ ଫେବୃୟାରୀ 7 ତାରିଖରୁ ଜାରି ରହିଛି ବୋଲି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ରବିବାର କହିଛନ୍ତି।

ଅନ୍ୟପଟେ ତପୋବନ ସୁଡଙ୍ଗରେ ପାଖାପାଖି 25ରୁ 35 ଜଣ ଫସିଥିବା ସୂଚନା ମିଳିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ଚେଷ୍ଟା ଜାରି ରହିଛି । ତେବେ ସେମାନଙ୍କ ଜୀବିତ ନେଇ ଆଶା କ୍ଷୀଣ ହେବାରେ ଲାଗିଛି।

ଏହାପୂର୍ବରୁ ଶନିବାର ଉଦ୍ଧାର କର୍ମଚାରୀମାନେ ମୁଖ୍ୟ ଟନେଲରେ ଖନନ କାର୍ଯ୍ୟ ଶେଷ କରି 12.7 ମିଟର ଗଭୀରତାରେ ଥିବା ଏକ ଛୋଟ ଭୂତଳ ଟନେଲରେ ପହଞ୍ଚିଥିଲେ। ତଥାପି, ଆବଶ୍ୟକ ଗଭୀରତା ଖୋଳିବା ପରେ ସେମାନେ ସମାପ୍ତ କରିଥିଲେ। ଫଶି ରହିଥିବା ପ୍ରାୟ 30 ଜଣ ଶ୍ରମିକଙ୍କ ସନ୍ଧାନ ପାଇଁ ଟନେଲରେ ପ୍ରବେଶ କରିବାକୁ ଏହି ସ୍ଲାସ୍ ପମ୍ପ କରାଯାଉଛି ।

ସେପଟେ ଏବେ ବି 163 ଜଣ ଲୋକ ନିଖୋଜ ରହିଛନ୍ତି । ତେବେ ସୁଡଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସରକାର ସୁଡଙ୍ଗକୁ ସଫା କରୁଛନ୍ତି । ସେହିପରି ଜଳପ୍ରଳୟକୁ ସପ୍ତାହେ ବିତିଥିଲେ ବି ଏପର୍ଯ୍ୟନ୍ତ ଆଶା ହରାଇନଥିବା ପ୍ରଶାସନ କହିଛି ।

ତେବେ ତପୋବନ ସୁଡଙ୍ଗରେ 350 ମିଟର ଯାଏଁ ସଫା କରାଯାଇଛି । ଆଗକୁ ସଫା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ରବିବାର ଚମୋଲୀ ଜିଲ୍ଲାରେ ହିମସ୍ଖଳନ କାରଣରୁ ଜଳପ୍ରଳୟ ଆସିଥିଲା।

Last Updated : Feb 14, 2021, 12:48 PM IST

ABOUT THE AUTHOR

...view details