ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଗତ ଫେବୃଆରୀ 7ରେ ଭୟଙ୍କର ଗ୍ଲାସିୟର ହିମସ୍କଳନ ନିଖୋଜଙ୍କୁ ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲା । ତପୋବନ ଟନେଲରେ ନିଖୋଜ ଥିବା ସମସ୍ତଙ୍କୁ ଖୋଜାଖୋଜି ଜାରି ରହିଥିଲା । ରବିବାର ଏନଡିଆରଏଫର ଉଦ୍ଧାରକାରୀ ଦଳ ତପୋବନ ଟନେଲରୁ ଜଣଙ୍କର ମୃତଦେହ ଉଦ୍ଧାର କରିଛି ।
ଦୁର୍ଘଟଣାର ପ୍ରାୟ ତିନିମାସ ପରେ ତପୋବନ ଟନେଲକୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣଙ୍କ ପୌରୀ ଗରହୱାଲର ଲାଲକୋଟ ଗାଁ ଧୀରେନ୍ଦ୍ରଙ୍କ ପୁଅ ହର୍ଷ ବୋଲି ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ସରିଥିବା କହିଛନ୍ତି ଜୋସିମାଥ ପୋଲିସ ଷ୍ଟେସନର ଏସଆଇ ସୁମିତ ବାଡୋନି ।