ଓଡିଶା

odisha

ETV Bharat / bharat

Bihar Assembly monsoon session: ମୌସୁମୀ ଅଧିବେଶନରେ ଗୃହରେ ଉଡିଲା ଚୌକି

ବିହାର ବିଧାନସଭା ମୌସୁମୀ ଅଧିବେଶନରେ ହଙ୍ଗାମା । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି କରି ନାରାବାଜୀ କଲେ ବିଜେପି ବିଧାୟକ । ଗୃହକାର୍ଯ୍ୟ ବେଳେ ଚୌକି ଫିଙ୍ଗାଫିଙ୍ଗି । ଅଧିକ ପଢନ୍ତୁ

By

Published : Jul 11, 2023, 10:59 PM IST

Bihar Assembly monsoon session: ଗୃହ କାର୍ଯ୍ୟ ବେଳେ ଚୌକି ଫିଙ୍ଗାଫିଙ୍ଗି
Bihar Assembly monsoon session: ଗୃହ କାର୍ଯ୍ୟ ବେଳେ ଚୌକି ଫିଙ୍ଗାଫିଙ୍ଗି

ପାଟନା:ବିହାର ବିଧାନସଭା ମୌସୁମୀ ଅଧିବେଶନରେ ହଙ୍ଗାମା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫା ଦାବିରେ ବିଜେପି ହଙ୍ଗାମା କରିଛି । ତେଜସ୍ୱୀ ଯାଦବଙ୍କୁ ମନ୍ତ୍ରୀ ପଦରୁ ହଟାନଯିବା ପର୍ଯ୍ୟନ୍ତ ଗୃହକାର୍ଯ୍ୟ କରାଇ ନଦେବାକୁ କହିଛି ବିରୋଧୀ ଭାରତୀୟ ଜନତା ପାର୍ଟି । ଏହାରି ମଧ୍ୟରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଆଜି (ମଙ୍ଗଳବାର) ବିଧାନସଭାର ପ୍ରସିଡିଂ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗୃହ ଭିତରେ ଓ ଗୃହ ବାହାରେ ପ୍ରବଳ ହଙ୍ଗାମା କରିଛନ୍ତି । ସ୍ଥିତି ଅଣାୟତ ହେବା ସହ ଚୌକି ମଧ୍ୟ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ଅପରାହ୍ନ 2 ଟା ଯାଏ ମୁଲତବୀ ରଖିଥିଲେ ।

ତେଜସ୍ୱୀଙ୍କ ଇସ୍ତଫା ଦାବିରେ ଉତ୍ତେଜନା:

ବିଜେପି ବିଧାୟକମାନେ ପ୍ରଥମେ ଗୃହ ବାହାରେ ଧାରଣା ଦେବା ସହ ନାରାବାଜୀ କରିଥିଲେ । ଏହି ସମୟରେ ବିଧାନସଭା ଗୃହ ମଧ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ନାରାବାଜୀ ସହ ଉପମୁଖ୍ୟମନ୍ତ୍ରୀ ପଦରୁ ତେଜସ୍ବୀଙ୍କୁ ତୁରନ୍ତ ବରଖାସ୍ତ କରିବା ଦାବିରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ନାରାବାଜୀ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଦୀର୍ଘ ଘଣ୍ଟା ଧରି ଏପରି ସ୍ଥିତି ଲାଗି ରହିଥିଲା । ପରେ ଶାସକ ଆରଜେଡି ଓ ଯେଡିୟୁ ସଦସ୍ୟମାନେ ମଧ୍ୟ ମଣିପୁର ହିଂସା ଓ ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ନାରାବାଜୀ କରିବା ଆରମ୍ଭ କରିଥିଲେ ।

ଗୃହରେ ବିରୋଧୀ ଦଳର ସଦସ୍ୟମାନଙ୍କ ହଙ୍ଗାମା ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟ ଆରମ୍ଭ କରିଥିଲେ । ବିରୋଧ ସତ୍ତ୍ବେ ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ବିଧାୟକମାନେ ଉତ୍ୟେକ୍ତ ହୋଇପଡିଥିଲେ । ପରେ ସେମାନେ ଚେୟାର ଫିଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିିଥିଲା । ରିପୋର୍ଟିଂ ଟେବୁଲକୁ ସେମାନେ ଫିଙ୍ଗି ଦେଇଥିବା ସହ ମନ୍ତ୍ରୀଙ୍କୁ ମଧ୍ୟ ଉତ୍ତର ରଖିବାକୁ ଦେଇନଥିଲେ । ପ୍ରଶ୍ନକାଳରେ ଶିକ୍ଷାମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ଠିଆ ହୋଇଥିଲେ ସୁଦ୍ଧା ବିଜେପି ବିଧାୟକ ତଥା ପୂର୍ବତନ ବିଜେପି ମନ୍ତ୍ରୀ ପ୍ରମୋଦ କୁମାର ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Land for jobs scam case: CBI ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ତେଜସ୍ବୀ

ଦୁଇ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରହିଲା ଗୃହ :-

ଏହି ସମୟରେ ପ୍ରମୋଦ କୁମାରଙ୍କୁ ଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ଯିବାକୁ ଗୃହର ମାର୍ଶଲମାନେ ଅଟକାଇଥିଲେ। ବିଜେପି ସଦସ୍ୟଙ୍କ ଉତ୍ତେଜନା ମଧ୍ୟରେ ବିଧାନସଭା ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details