ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅପରାଧି ମାମଲା ଦିନକୁ ଦିନ ବଢି ଚାଲିଛି । ପୋଲିସର କଡା ଛାଉଣି ମଧ୍ୟରେ ବି ଦୁର୍ବୃତ୍ତ ମାନେ ବିନା କୌଣସି ଭୟରେ ରାଜଧାନୀରେ ବିଚରଣ କରୁଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଏବେ ଆଉ ଏକ ଚେନ ଝାମ୍ପିବା ପରି ଘଟଣା ସାମ୍ନାକୁ ଆସିଛି । କୋଳରେ ଦୁଇ ବର୍ଷର ଶିଶୁକୁ ନେଇ ଯାଉଥିବା ଏକ ମହିଳାକୁ ଦୁର୍ବୃତ୍ତ ମାନେ ଛୁରୀ ସାହାଯ୍ୟରେ ଅନେକ ଥର ଆକ୍ରମଣ କରିଛି । ଛୁରୀରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଶାଲିମାର ବାଗର ଫୋର୍ଟିସ ହସ୍ପିଟାଲକୁ ନିଆଯାଇଥିଲା । ହେଲେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଦିଲ୍ଲୀରେ ଚେନ ଲୁଟେରାଙ୍କ ଆକ୍ରମଣରେ ମହିଳା ମୃତ - Delhi Chain snatching woman stabbed
ଦିଲ୍ଲୀରେ ଅପରାଧିକ ଗତିବିଧି ବଢିଚାଲିଛି । କୋଳରେ ଦୁଇ ବର୍ଷର ଶିଶୁକୁ ନେଇ ଯାଉଥିବା ଏକ ମହିଳାକୁ ଦୁର୍ବୃତ୍ତ ମାନେ ଛୁରୀ ସାହାଯ୍ୟରେ ଅନେକ ଥର ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ଦିଲ୍ଲୀରେ ଚେନ ସ୍ନାଚିଂ, ଦୁର୍ବୃତ୍ତଙ୍କ ଛୁରୀ ମାଡରେ ମହିଳାଙ୍କ ମୃତ୍ୟୁ
ସେ ଆଦର୍ଶ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ତାଙ୍କ ନାମ ସିମରନ କୌର, ବୟସ 25 । ସିମରନଙ୍କ ବିବାହ ତିନି ବର୍ଷ ତଳେ ପଞ୍ଜାବର ପଟିଆଲାରେ ହୋଇଥିଲା ଏବଂ ସେ କିଛିଦିନ ପାଇଁ ବାପ ଘରକୁ ଆସିଥିଲେ । କୁହାଯାଉଛି ଯେ, ସିମରନ ପାଖରେ ଥିବା ଏକ ମାର୍କେଟରୁ ସପିଂ କରି ଫେରୁଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିଲେ । ସମ୍ପୂର୍ଣ୍ଣ ଘଟଣା ଏକ ସିସିଟିଭିରେ କଏଦ ହୋଇଛି ।