ଓଡିଶା

odisha

ପ୍ରସିଦ୍ଧ କୁମ୍ଭ ମେଳା ପାଇଁ ଜାରି ହେଲା ଏସଓପି

By

Published : Mar 21, 2021, 12:10 PM IST

Updated : Mar 21, 2021, 2:01 PM IST

ଚଳିତ ବର୍ଷ ଆସନ୍ତା ଏପ୍ରିଲ 1ରୁ ଆରମ୍ଭ ହେବ କୁମ୍ଭ ମେଳା । କେନ୍ଦ୍ରର ଜାରି ହୋଇଥିବା ଗାଇଡଲାଇନ କୁମ୍ଭ ମେଳାରେ ଜାରି କରାଯାଇଛି । ଅଧିକ ପଢନ୍ତୁ...

କୁମ୍ଭ ମେଳା ପାଇଁ ଜାରି ହେଲା ଏସଓପି
କୁମ୍ଭ ମେଳା ପାଇଁ ଜାରି ହେଲା ଏସଓପି

ନୂଆଦିଲ୍ଲୀ: ଚଳିତ ବର୍ଷ ଆସନ୍ତା ଏପ୍ରିଲ 1ରୁ ଆରମ୍ଭ ହେବ କୁମ୍ଭ ମେଳା । କେନ୍ଦ୍ରର ଜାରି ହୋଇଥିବା ଗାଇଡଲାଇନ କୁମ୍ଭ ମେଳାରେ ଜାରି ହୋଇଛି । କେନ୍ଦ୍ରର ଜାରି ହୋଇଥିବା ଗାଇଡଲାଇନ ବ୍ୟତୀତ ପବିତ୍ର ବୁଡ ପକାଇବାକୁ ଆସିଥିବା ପର୍ଯ୍ଯଟକଙ୍କ ଉପରେ କୌଣସି କଟକଣା ରହିବ ନାହିଁ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ।

ଚଳିତ ବର୍ଷ ଏପ୍ରିଲ 1ରୁ 30 ଯାଏଁ ସ୍ବଳ୍ପ ସମୟ ପାଇଁ କୁମ୍ଭ ମେଳାର ଆୟୋଜନ ହୋଇଛି । ଏପ୍ରିଲରେ ତିନୋଟି ଶାହି ସ୍ନାନ ହେବ । ଏପ୍ରିଲ 12,14 ଓ 13ରେ ଆଖରା ବୁଡ ପକାଇବେ । ଏପ୍ରିଲ 27ରେ ବୈରାଗୀ ଆଖରା ବୁଡ ପକାଇବେ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଥର୍ମାଲ ସ୍କ୍ରିନିଂ ପାଇଁ 100ଟି ଦଳ ଗଠନ କରାଯାଇଛି । କୋଭିଡ ପରୀକ୍ଷା କରାଉଥିବା 40ଟି ଦଳରୁ 50କୁ ବୃଦ୍ଧି କରାଯାଇଛି । ଏହା ସହିତ 54ଟି ଆମ୍ବୁଲାନ୍ସର ବ୍ଯବସ୍ଥା କରାଯାଇଛି ।

ଉତ୍ତରପ୍ରଦେଶରୁ 100ଜଣ ଡାକ୍ତର ଓ 148ଟି ପାରାମେଡିକାଲ କର୍ମଚାରୀ ହରିଦ୍ବାରରେ ପହଞ୍ଚି ସାରିଛନ୍ତି । ଶ୍ରଦ୍ଧାଳୁମାନଙ୍କ ଅତ୍ୟାବଶ୍ୟକ ସୁବିଧା ପାଇଁ ତମ୍ବୁ ସହିତ ଶୌଚାଳୟର ବ୍ୟବସ୍ଥା କରାଯାଇଛି । କୁମ୍ଭ ମେଳାରେ ଯୋଗଦେବାକୁ ଆସୁଥିବା ସମସ୍ତ ସାଧୁଙ୍କ ନାମ ପଞ୍ଜୀକରଣ କରିବା ପାଇଁ ପୂର୍ବରୁ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶ ଦେଇଥିଲେ ।

କୁମ୍ଭମେଳାରେ ଅଂଶଗ୍ରହଣ କରିବାର 72ଘଣ୍ଟା ପୂର୍ବରୁ ଶ୍ରଦ୍ଧାଳୁମାନେ ଆରଟି- ପିସିଆର ପରୀକ୍ଷା କରିବାକୁ ପଡିବ । ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ମେଳାରେ ସାମିଲ ହେବାକୁ ଅନୁମତି ମିଳିବ । ଆଶ୍ରମ, ଧର୍ମଶାଳା, ଘାଟ, ହୋଟେଲ, ରେଷ୍ଟୁରାଣ୍ଟ, ଗେଷ୍ଟ ହାଉସ୍, ସର୍ବସାଧାରଣ ଯାନ, ପାର୍କିଂ ସ୍ଥାନ, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ, ଦୋକାନ ଇତ୍ୟାଦି ପାଇଁ ଉତ୍ତରପ୍ରଦେଶ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ବା ଏସଓପି (SOP) ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2021, 2:01 PM IST

ABOUT THE AUTHOR

...view details