ନୂଆଦିଲ୍ଲୀ:କିଛି ଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରିବାକୁ ଆରମ୍ଭ କରିଛି କୋରୋନା । ଦିଲ୍ଲୀ ଓ ହରିୟାଣା ସମେତ ଦେଶର ୫ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ବଢୁଥିବା କୋରୋନା ମାମଲା ଦେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ଗୁଡିକୁ ଚିଠି ଲେଖିଛନ୍ତି । ଗତ ସପ୍ତାହରେ ବଢିଥିବା ମାମଲା ଚିନ୍ତାର ବିଷୟ, ଆବଶ୍ୟକ ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏଥିରେ କୁହାଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ସଂକ୍ରମଣ ମାମଲା ଏକ ହଜାର ଉପରେ ରହିବା କାରଣରୁ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, କ୍ଲଷ୍ଟର ନିର୍ମାଣ ସହ ଟୀକାକରଣ ଉପରେ ଗୁରୁତ୍ବାରୋପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।