ନୂଆଦିଲ୍ଲୀ:ଦେଶରେ ଟିକା ଦରଦାମକୁ ନେଇ ବିବାଦ ଦେଖାଦେବା ପରେ ସ୍ପଷ୍ଟ କଲା କେନ୍ଦ୍ର । ଦେଶର ସବୁ ରାଜ୍ୟକୁ ମାଗଣାରେ ଯୋଗାଇ ଦିଆଯିବ କୋଭିଡ ଟିକା । ଉଭୟ କୋଭିଡ ଟିକାକୁ 150 ଟଙ୍କାରେ କେନ୍ଦ୍ର କ୍ରୟ କରିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି । ତେବେ ଉତ୍ପାଦକଙ୍କ ଠାରୁ ରାଜ୍ୟ କିମ୍ବା ହସ୍ପିଟାଲ ଟିକା କିଣିବାକୁ ଥିବା ଦର ଉପରେ କୌଣସି ସୂଚନା ଦିଆଯାଇନାହିଁ ।
ସେରମ ଇଷ୍ଟିଚ୍ୟୁଟରୁ କୋଭାସିଲ୍ଡ ଓ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ କିଣିବ । ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ଖୁବଶୀଘ୍ର ଖୋଲା ବଜାରରେ ଟିକା ଉପଲବ୍ଧ କରାଯିବ । 50 ପ୍ରତିଶତ ରାଜ୍ୟ ଓ ଘରୋଇ ହସ୍ପିଟାଲଙ୍କୁ ଟିକା ମିଳିବ ଅନ୍ୟ 50 ପ୍ରତିଶତ କେନ୍ଦ୍ର ପାଖରେ ରହିବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା ହୋଇଥିଲା ।