ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆରମ୍ଭ ହେବ ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଆରମ୍ଭ ହେବ ଆୟୁଷ୍ମାନଭବ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 11, 2023, 12:01 PM IST

ନୂଆଦିଲ୍ଲୀ:ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ଦେଶରେ ଆରମ୍ଭ ହେବ ଆୟୁଷ୍ମାନଭବ କାର୍ଯ୍ୟକ୍ରମ । ଯାହାଦ୍ବାରା ସମସ୍ତ ରାଜ୍ୟରେ ସବୁ ବର୍ଗର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଆମେ 'ଆୟୁଷ୍ମାନ ଭବ' କାର୍ଯ୍ୟକ୍ରମ ଆରମ୍ଭ କରିବୁ। ଯାହା ଦ୍ବାରା ପ୍ରତ୍ୟେକ ରାଜ୍ୟରେ ସବୁ ବର୍ଗର ଲୋକ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇପାରିବେ। ଏହି କାର୍ଯ୍ୟକ୍ରମରେ କ୍ୟାମ୍ପ୍‌ କରାଯାଇ 60 ହଜାର ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଡ୍‌ ଦିଆଯିବ । ଆଗାମୀ ଦିନରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଏହି କାର୍ଯ୍ୟକ୍ରମକୁ ଆମେ ଜାରି ରଖିବୁ ।

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ବର ସର୍ବ ବୃହତ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା । ଏହି ଯୋଜନାରେ ହିତାଧିକାରୀଙ୍କ ପରିବାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥାଏ । ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯକ୍ଷ୍ମା ରୋଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରା ବିଶ୍ବରୁ ଯକ୍ଷ୍ମା ରୋଗକୁ ଦୂର କରିବାକୁ 2030 ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି, କିନ୍ତୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭାରତ । ଦେଶରେ ଯକ୍ଷ୍ମା ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ, ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ ମାଗଣାରେ ଟେଷ୍ଟିଂ ଓ ମାଗଣାରେ ଔଷଧ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁG20 session on 'One Future': ମିଳିତ ଜାତିସଂଘରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦାବି

1950 ମସିହା ଆଜିର ଦିନରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ବାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ତଥା(RSS)ରେ ମାତ୍ର 8 ବର୍ଷ ବୟସରେ ଯୋଗ ଦେଇଥିଲେ ମୋଦି । 8 ବର୍ଷ ବୟସରୁ ବାଲ୍ ସ୍ବୟଂସେବକ ଭାବେ RSSରେ ଯୋଗ ଦେଇଥିବା ନରେନ୍ଦ୍ର ବର୍ତ୍ତମାନର ପ୍ରଧାନସେବକ ନରେନ୍ଦ୍ର ମୋଦି ଭାବେ ପରିଚିତ । 2014ରେ ଭାରତର 14ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ସେବେଠାରୁ ମୋଦିଙ୍କ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଜାରି ରହିଛି । ଦେଶ ସମେତ, ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ ରହିଛି ।

ABOUT THE AUTHOR

...view details