ଓଡିଶା

odisha

ETV Bharat / bharat

'କୋରୋନା ମୃତକଙ୍କୁ ଅନୁକମ୍ପା ରାଶି ଦେବା ସମ୍ଭବ ନୁହେଁ' - କୋରୋନା

କୋରୋନାରେ ମୃତ୍ୟୁ ହେଲେ ମିିଳିବନି ଅନୁକମ୍ପା ରାଶି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

By

Published : Jun 20, 2021, 12:32 PM IST

Updated : Jun 20, 2021, 1:35 PM IST

ନୂଆଦିଲ୍ଲୀ: କୋରୋନାରେ ମୃତ୍ୟୁ ହେଲେ ମିଳିବନି ଅନୁକମ୍ପା ରାଶି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କୋରୋନାରେ ମୃ୍ତ୍ୟୁ ହେଲେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାଖଲ ହୋଇଥିଲା । କୋରୋନା ମୃତକଙ୍କ ପରିବାରକୁ ସହାୟତା ଦିଆଯିବ ନାହିଁ ବୋଲି କହିଛି କେନ୍ଦ୍ର । ଆର୍ଥିକ ପ୍ରତିବନ୍ଧକ ଓ ଅନ୍ୟ କାରଣରୁ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛି କେନ୍ଦ୍ର ।

ପ୍ରାକୃତିକ ବିପର୍ଯ୍ୟୟ ଆଇନ ଅନୁସାରେ କେବଳ ଭୂମିକମ୍ପ, ବାତ୍ୟା ଓ ପ୍ରାକୃତିକ ବିପତ୍ତିରେ ସହୟତା ରାଶି ପ୍ରଦାନ କରାଯାଇଥାଏ । ଯଦି ଗୋଟିଏ ରୋଗ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ତେବେ ଅନ୍ୟ ରୋଗ ପାଇଁ କାହିଁକି କ୍ଷତିପୂରଣ ଦିଆଯିବନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର । ତେଣୁ କୋଭିଡ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛି କେନ୍ଦ୍ର ସରକାର ।

ଦେଶରେ ଦିନକୁ କୋରୋନାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଯଦି ପ୍ରତ୍ୟେକଙ୍କ ପରିବାରଙ୍କୁ 4ଲକ୍ଷ ଟଙ୍କା ଦିଆଯିବ ତେବେ କେନ୍ଦ୍ର ଦେବାଳିଆ ହୋଇଯିବାର ଆଶଙ୍କା ରହିଛି । ପ୍ରକାଶ ଥାଉ କି ମେ 24ରେ କୋର୍ଟ ଏହି ପିଟିସନ ଉପରେ କେନ୍ଦ୍ରକୁ ଜବାବ ମାଗିଥିଲା ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 20, 2021, 1:35 PM IST

ABOUT THE AUTHOR

...view details