ଓଡିଶା

odisha

By

Published : Feb 20, 2021, 12:58 PM IST

ETV Bharat / bharat

ନୀତି ଆୟୋଗର ଷଷ୍ଠ ବୈଠକ, ଅର୍ଥନୀତିକୁ ଆଗେଇ ନେବାକୁ ମୋଦିଙ୍କ ଆହ୍ବାନ

ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ନୀତି ଆୟୋଗର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଏକାଠି ହୋଇ କାମ କରିବା ସହ ଦେଶର ଅର୍ଥନୀତିକୁ ଆଗେଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

ନୀତି ଆୟୋଗର ଷଷ୍ଠ ବୈଠକ, ଅର୍ଥନୀତିକୁ ଆଗେଇ ନେବାକୁ ମୋଦିଙ୍କ ଆହ୍ବାନ
ନୀତି ଆୟୋଗର ଷଷ୍ଠ ବୈଠକ, ଅର୍ଥନୀତିକୁ ଆଗେଇ ନେବାକୁ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ନୀତି ଆୟୋଗର ଷଷ୍ଠତମ ବୈଠକ ଆୟୋଜନ ହୋଇଯାଇଛି । ଏହି ବୈଠକ ଭିସି ଜରିଆରେ ଆୟୋଜିତ ହୋଇଛି । ଏଥିରେ କୃଷି, ଭିତ୍ତିଭୂମି,ଉତ୍ପାଦନ,ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା, ସ୍ବାସ୍ଥ୍ୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋଦି ଆଲୋଚନା କରିଛନ୍ତି।

ବୈଠକରେ ମୋଦିଙ୍କ ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଲଦାଖ ଅଲଗା ପରେ ନୀତି ଆୟୋଗ ବୈଠକରେ ଯୋଡି ହୋଇଛି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ବରୋପ କରିଛନ୍ତି । ଯାହାର ଉପଯୋଗ କରି ଦେଶ ବିଶ୍ବସ୍ତରୀୟ ସମସ୍ତ ସୁଯୋଗ ହାସଲ କରିପାରିବ। ଚଳିତ ବର୍ଷର ବଜେଟ୍ ପାଇଁ ଗ୍ରହଣ କରାଯାଇଥିବା ସକରାତ୍ମକ ପ୍ରତିକ୍ରିୟା ଦେଶର ମନୋବଳକୁ ବୃ୍ଦ୍ଧି କରିଛି ବୋଲି ସେ କହିଛନ୍ତି। ଯାହା ଦେଶକୁ ଦ୍ରୁତ ଗତିରେ ବଢିବା ଶିଖାଇଛି।

ଦେଶର ମନୋବଳ ବଢାଇବାରେ ଯୁବକମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୋରୋନା କାଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାର୍ଯ୍ୟ କରି ସମଗ୍ର ବିଶ୍ବ ଆଗରେ ଦେଶର ଏକ ଉତ୍ତମ ପରିଚୟ ସୃଷ୍ଟି କରିଛନ୍ତି। ଏହାସହ ଏକ ପ୍ରତିଯୋଗିତା ମୂଳକ ମନୋଭାବ ନେଇ ଆମେ କାର୍ଯ୍ୟ କରିବା ସହ କେବଳ ଦେଶ ଓ ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ପାରଦର୍ଶିତ ଦେଖାଇପାରିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ଆମେ 75 ତମ ସ୍ବାଧୀନତା ଦିବସ ଅତିକ୍ରମ କରିବାକୁ ଯାଉଛେ। ଏହି ସମୟରେ ନୀତି ଆୟୋଗର ଏହି ବୈଠକ ବହୁତ କିଛି ଗୁରୁତ୍ବ ରଖେ। ଗତ କିଛି ବର୍ଷ ମଧ୍ୟରେ ଦେଶ ଉତ୍ତମ ସ୍ବାସ୍ଥ୍ୟ ସୁବିଧା, ମାଗଣା ବିଦ୍ୟୁତ ସଂଯୋଗ, ଭ୍ୟାକ୍ସିନ, ମାଗଣା ଗ୍ୟାସ ସଂଯୋଗ,ଗରିବଙ୍କୁ ସ୍ବାବଲମ୍ବୀ କରିବା,ବ୍ୟାଙ୍କରେ ଖାତା ଖୋଲିବା ଇତ୍ୟାଦି କାର୍ଯ୍ୟ କରାଯାଇଛି।

ସବୁଠୁ ବଡ କଥା ହେଉଛି କୋଭିଡ୍ ପରବର୍ତ୍ତୀ ସମୟରେ ଏକ ଉତ୍ତମ ଓ ଉତ୍ସାହ ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହୋଇଛି। ଯେଉଁଥିରେ ସବୁ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ଯାହାକୁ ନେଇ ଭଲ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତ୍ମନିର୍ଭରଭାରତ ଅଭିଯାନ କେବଳ ଦେଶର ଆବଶ୍ୟକତା ପୂରଣ କରିନାହିଁ ବରଂ ବିଶ୍ବର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବାରେ ସଫଳ ସାବ୍ୟସ୍ତ ହୋଇଛି ବୋଲି ମୋଦି କହିଛନ୍ତି।

ନୀତି ଆୟୋଗ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବା ସହ ବିଭିନ୍ନ ଦାବି ରଖିଛନ୍ତି। ସେଥିମଧ୍ୟରୁ ଲୋକ ସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ, ଜାତୀୟ ପରୀକ୍ଷା ପରିଚାଳନାରେ ସଂସ୍କାର ଇତ୍ୟାଦି । ସେହିପରି ରେଳ, ଟେଲି କମ୍, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିକାଶ, ଓଡିଶାର କିଛିଟା ଭାଷାକୁ ସମ୍ବିଧାନରେ ସାମିଲ ଅବହେଳିତ ଓ ଅନଗ୍ରସରଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିବା ଦରକାର। 1978ରୁ କେତେକ ସମ୍ପଦ୍ରାୟକୁ ଆଦିବାସୀ ମାନ୍ୟତା ମିଳିପାରି ନାହିଁ ଯାହା ଏକ ଦୁଃଖର ବିଷୟ। ଓଡିଶା ପାଇଁ ସ୍ବତନ୍ତ୍ର ଫୋକସ୍ ରହିବା ସହ ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁସାରେ ଏହି ବୈଠକରେ ପରିଚାଳନା ପରିଷଦର ପୂର୍ବତନ ସଦସ୍ୟ, କେନ୍ଦ୍ର ମନ୍ତ୍ରୀ, ଉପାଧ୍ୟକ୍ଷ, ଏନଆଇଟିଆଇ ଆୟୋଗର ସଦସ୍ୟ ତଥା ସିଇଓ ତଥା ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଛନ୍ତି।

ABOUT THE AUTHOR

...view details