ଓଡିଶା

odisha

ETV Bharat / bharat

ଚାଷୀଙ୍କ ଦାବିକୁ କେନ୍ଦ୍ର ଗ୍ରହଣ କରୁ: ମନୀଷ ସିସୋଦିଆ

ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଦୀର୍ଘ ଦିନ ହେଲା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବିକୁ ଗ୍ରହଣ କରୁ ବୋଲି ମନୀଷ ସିସୋଦିଆ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

Sisodia
ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରୁ : ମନୀଷ ସିସୋଦିଆ

By

Published : Feb 6, 2021, 5:57 PM IST

ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରୁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଦୀର୍ଘ ଦିନ ହେଲା ଦେଶରେ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବିକୁ ଗ୍ରହଣ କରୁ ବୋଲି ମନୀଷ ସିସୋଦିଆ କହିଛନ୍ତି । ଗୁଜୁରାଟର ଅହମ୍ମଦାବାଦରେ ଏକ ମ୍ୟୁନିସପାଲଟି ନିର୍ବାଚନରେ ରୋଡ ଶୋରେ ଯୋଗଦେବା ପାଇଁ ଯାଇଥିବାବେଳେ ଏହା କହିଛନ୍ତି ।

ଅହମ୍ମଦାବାଦରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଆଣିଥିବା ନୂତନ କୃଷକ ଆଇନ କେବଳ କର୍ପୋରେଟ ସଂସ୍ଥାଙ୍କ ଲାଭ ପାଇଁ ପ୍ରଯୁର୍ଯ୍ୟ ଏହା କୃଷକଙ୍କ ହିତରେ ନାହିଁ ବୋଲି କହିଛନ୍ତି । ଶନିବାର ସାରା ଭାରତରେ କୃଷକ ମାନେ ଚକାଜାମ ଆନ୍ଦୋଳନ କରୁଥିବା ବେଳେ ନୂତନ ଚାଷୀ ଆଇନକୁ ନେଇ ଏଭଳି ବୟାନ ଦେଇଛନ୍ତି ସିସୋଦିଆ । ଦିଲ୍ଲୀର ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି କିନ୍ତୁ ଚାଷୀଙ୍କ ବ୍ୟଥାକୁ କେହି ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି ବୋଲି କହିଛନ୍ତି । ସାରା ଭାରତର କୃଷକ ଦିଲ୍ଲୀରେ ଚାଲୁଥିବା ଆନ୍ଦୋଳନ ସାମିଲ ହୋଇଛନ୍ତି ।

ସିସୋଦିଆ କହିଛନ୍ତି ଯେ, ଚାଷୀଙ୍କୁ ଆଶା ଆକାଂକ୍ଷାକୁ ଭ୍ରୁକ୍ଷେପ ନ କରି କିଛି କର୍ପୋରେଟ ସଂସ୍ଥାର ଲାଭ ପାଇଁ କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ ଆମେ କୃଷକ ମାନଙ୍କ ସହତ ଆମ ଆଦମୀ ପାର୍ଟି ସମର୍ଥକ ରହିଛନ୍ତି । ଆମେ ସେମାନଙ୍କ ସମସ୍ତ ଆଇନ ସମ୍ମତ କାର୍ଯ୍ୟଧାରାରେ ସମର୍ଥନ କରିଛୁ ବୋଲି କହିଛନ୍ତି । ବର୍ତ୍ତମାନ ବିଜେପିର ବିକଳ୍ପ ଭାବରେ କେବଳ ଆପ (ଆମ ଆଦମୀ ପାର୍ଟୀ) ରହିଛି ଏବଂ କଂଗ୍ରେସ ବିଜେପିର ବିକଳ୍ପ ଭାବରେ ନିଜର ଯୋଗ୍ୟତା ହରାଇଛି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details