ଓଡିଶା

odisha

ETV Bharat / bharat

ଓଡିଶାରେ 3ଟି ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ସ୍କୁଲ ପ୍ରତିଷ୍ଠା କରିଛି କେନ୍ଦ୍ର, ପୋଲିସକର୍ମୀଙ୍କୁ ମିଳୁଛି ପ୍ରଶିକ୍ଷଣ - ଓଡିଶାରେ ଆତଙ୍କବାଦ ନିରୋଧୀ ସ୍କୁଲ

ପୋଲିସକର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଓଡିଶାରେ 3ଟି ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ସ୍କୁଲ ପ୍ରତିଷ୍ଠା କରିଛି କେନ୍ଦ୍ର । ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

ଓଡିଶାରେ 3 ଟି ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ସ୍କୁଲ ପ୍ରତିଷ୍ଠା କରିବ କେନ୍ଦ୍ର, ପୋଲିସ କର୍ମୀ ନେବେ ପ୍ରଶିକ୍ଷଣ
ଓଡିଶାରେ 3 ଟି ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ସ୍କୁଲ ପ୍ରତିଷ୍ଠା କରିବ କେନ୍ଦ୍ର, ପୋଲିସ କର୍ମୀ ନେବେ ପ୍ରଶିକ୍ଷଣ

By ANI

Published : Dec 6, 2023, 7:46 PM IST

ନୂଆଦିଲ୍ଲୀ:ଆତଙ୍କବାଦ ଓ ଉଗ୍ରବାଦ ବିରୋଧୀ ଶକ୍ତିର ମୁକାବିଲା ପାଇଁ ଓଡିଶାରେ 3ଟି ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ପ୍ରଶିକ୍ଷଣ ସ୍କୁଲ ପ୍ରତିଷ୍ଠା କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ପୋଲିସକର୍ମୀଙ୍କୁ ଆତଙ୍କବାଦ ଓ ଉଗ୍ରବାଦ ନିରୋଧୀ ଅପରେସନ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏନେଇ ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

ନ୍ୟାସନାଲ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ (NBPR&D) ଓଡିଶାରେ ରାଜ୍ୟ ପୋଲିସ ବଳ ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ଦକ୍ଷତା ବଢାଇବା ପାଇଁ କୌଣସି ସେଣ୍ଟ୍ରାଲ ଡିଟେକଟିଭ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଯୋଜନା ରଖିଛି କି ? ବୋଲି ଜଣେ ସଦସ୍ୟଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉତ୍ତର ରଖି ଗୃହକୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ରାୟ କହିଛନ୍ତି, NBPR&D ପକ୍ଷରୁ ସେମିତି କୌଣସି ପ୍ରଶିକ୍ଷଣ ସ୍କୁଲ ସ୍ଥାପନ କରିବା ପାଇଁ ଯୋଜନା ବା ପ୍ରସ୍ତାବ ନାହିଁ । ହେଲେ କେନ୍ଦ୍ର ସରକାର ଓଡିଶାରେ ଉଗ୍ରବାଦ ଓ ଆତଙ୍କବାଦ ନିରୋଧୀ ପ୍ରଶିକ୍ଷଣ ପାଇଁ 3ଟି ସ୍କୁଲ ପ୍ରତିଷ୍ଠା କରିଛନ୍ତି ।

ମନ୍ତ୍ରୀ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ପ୍ରବଣ ରାଜ୍ୟ ଓଡିଶା, ଛତିଶଗଡ, ବିହାର, ଝାଡଖଣ୍ଡ ଓ ଆସାମରେ 20 ଟି ଏହି ବର୍ଗର ଟ୍ରେନିଂ ସ୍କୁଲ (CIATSs) ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଥିପାଇଁ ମୋଟ 52.40 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଇଥିଲା । ଏହି ଯୋଜନା ଅଧୀନରେ ଓଡିଶାରେ 3ଟି ପ୍ରଶିକ୍ଷଣ ସ୍କୁଲ ସ୍ଥାପନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପାର୍ଲାମେଣ୍ଟରେ ଓଡ଼ିଶା ପ୍ରଶ୍ନ: ପଦ୍ମପୁରକୁ ଶୀଘ୍ର ଜିଲ୍ଲା ଘୋଷଣା ଦାବି କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ଏହି 20 ଟି ସ୍କୁଲରେ ପ୍ରାୟ 758 ହଜାର ପୋଲିସ କର୍ମୀଙ୍କୁ ଆତଙ୍କବାଦ ଓ ଉଗ୍ରବାଦ ନିରୋଧୀ ଅପରେସନରେ ପ୍ରଭାବୀ ଭାବେ ଲଢିବାକୁ ପ୍ରଶିକ୍ଷିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରାୟତଃ ବାହ୍ୟ ଅପରେସନ ସଦୃଶ୍ୟ ହୋଇଥିବା କାରଣରୁ ଏହିସବୁ ସ୍କୁଲରେ ସ୍ଥାୟୀ ନିର୍ମାଣ ଓ ଅଧିକ ଭିତ୍ତିଭୂମିର ଆବଶ୍ୟକତା ମଧ୍ୟ ନାହିଁ । ତେଣୁ ଅଧିକାଂଶ ଅସ୍ଥାୟୀ ଭିତ୍ତିଭୂମି ସହ ନିର୍ମାଣ କରାଯାଇଛି । ଏହି ପ୍ରତିଷ୍ଠାନ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଆବଶ୍ୟକ ଜମି ଓ ପ୍ରଶାସନିକ ସହାୟତା ମଧ୍ୟ ପ୍ରଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details