ଓଡିଶା

odisha

By

Published : Mar 12, 2023, 9:47 PM IST

ETV Bharat / bharat

PM security breach case: ପଞ୍ଜାବ ସରକାରଙ୍କଠାରୁ ଆକ୍ସନ ଟେକେନ ରିପୋର୍ଟ ମାଗିଲା କେନ୍ଦ୍ର

ଗତବର୍ଷ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କଠାରୁ ବିସ୍ତୃତ ଆକ୍ସନ ଟେକେନ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

PM security breach case: ପଞ୍ଜାବ ସରକାରଙ୍କ ଠାରୁ ଆକ୍ସନ ଟେକେନ ରିପୋର୍ଟ ମାଗିଲା କେନ୍ଦ୍ର-
PM security breach case: ପଞ୍ଜାବ ସରକାରଙ୍କ ଠାରୁ ଆକ୍ସନ ଟେକେନ ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ:ଗତବର୍ଷ ଜାନୁଆରୀ 5 ତାରିଖରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କିପରି ବିଭ୍ରାଟ ଘଟିଲା ଓ ଘଟଣା ପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଥିଲେ ସେ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଓ ଅନ୍ୟ ପ୍ରୋଟୋକଲ ଦାୟିତ୍ବରେ ଥିବା ପୋଲିସ ଓ ଅନ୍ୟ ଅଧିକାରୀଙ୍କ ସମ୍ପର୍କରେ ତଦନ୍ତ ଶେଷ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ରାଜ୍ୟ ସରକାର ବିଳମ୍ବ କରିଥିବା ଅଭିଯୋଗରେ କେନ୍ଦ୍ର ଏପରି ରିପୋର୍ଟ ତଲବ କରିଛି । ଘଟଣା ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାରେ ପଞ୍ଜାବ ସରକାର ତଦନ୍ତ ଆରମ୍ଭ କରିଥିଲେ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଥିଲେ ।

ଗତବର୍ଷ 2022 ଜାନୁଆରୀ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବା ବେଳେ ଖରାପ ପାଗ ଯୋଗୁ ସେ ହେଲିକପ୍ଟର ପରିବର୍ତ୍ତେ ସଡକ ମାର୍ଗରେ ଫିରୋଜପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉକ୍ତ ରାସ୍ତାରେ ଚାଷୀ ଆନ୍ଦୋଳନ ଜାରି ରହିଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଏକ ଫ୍ଲାଏଉଭର ଉପରେ ପ୍ରାୟ 20 ମିନିଟ ଧରି ଅଟକି ରହିଥିଲା । ପରେ ଉକ୍ତ କାର୍ଯ୍ୟକ୍ରମ ବାତିଲ୍‌ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭଟିଣ୍ଡା ବିମାନ ବନ୍ଦରକୁ ଫେରାଇ ନେଇଥିଲେ ଏସପିଜି ଯବାନ । ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ଦିଲ୍ଲୀ ମଧ୍ୟ ଫେରି ଆସିଥିଲେ ।

ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ 3 ଜଣିଆ ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ସୁରକ୍ଷା ସଚିବ ସୁଧୀର କୁମାର ସକ୍ସେନାଙ୍କ ନେତୃତ୍ୱରେ ଗଠିତ ଏହି ତିନିଜଣିଆ କମିଟିରେ ଆଇବି ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ, ଏସପିଜି ଆଇଜି ଏସ. ସୁରେଶଙ୍କୁ ମଧ୍ୟ ସଦସ୍ୟ ଭାବେ ଚୟନ କରିଥିଲା କେନ୍ଦ୍ର । ତତ୍କାଳୀନ ପଞ୍ଜାବ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଆରକ୍ଷୀ ଅଧିକ୍ଷୀକଙ୍କ ବିରୋଧରେ ତଦନ୍ତ କରାଯାଇଥିଲା । ଏହି ଅଧିକାରୀଙ୍କୁ ସମନ ମଧ୍ୟ ଜାରି କରାଯାଇଥିଲା । ଏବେ ଘଟଣାକୁ ବର୍ଷେରୁ ଅଧିକ ବିତି ସାରିଥିବା ବେଳେ ପଞ୍ଜାବ ସରକାର ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details