ଓଡିଶା

odisha

ETV Bharat / bharat

Corbevax ଟିକାର ୫ କୋଟି ଡୋଜ କିଣିବ କେନ୍ଦ୍ର - ବାୟୋଲଜିକାଲ-ଇ କମ୍ପାନୀ

କୋରୋନା ବିରୋଧୀ ଲଢ଼େଇରେ ଟୀକାକରଣ ଚାଲିଥିବା ବେଳେ କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ କିଣିବା ପାଇଁ ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର (Centre places purchase order for 5 cr doses of Corbevax) । ଅଧିକ ପଢନ୍ତୁ

କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ କିଣିବେ କେନ୍ଦ୍ର ସରକାର
କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ କିଣିବେ କେନ୍ଦ୍ର ସରକାର

By

Published : Feb 6, 2022, 8:52 AM IST

Updated : Feb 6, 2022, 8:59 AM IST

ନୂଆଦିଲ୍ଲୀ:କୋରୋନା ବିରୋଧୀ ଲଢ଼େଇରେ ଟୀକାକରଣ ଚାଲିଥିବା ବେଳେ କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ କୋର୍ବେଭାକ୍ସ ଟିକାର(Corbevax Covid vaccine) ୫ କୋଟି ଡୋଜ କିଣିବା ପାଇଁ ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର । ବାୟୋଲଜିକାଲ-ଇ(Biological E)ଟିକା ନିର୍ମାତା କମ୍ପାନୀ ଠାରୁ ପ୍ରତି ଡୋଜକୁ ୧୪୫ ଟଙ୍କାରେ କିଣିବେ ସରକାର । ଏନେଇ ଗତକାଲି(ଶନିବାର) ସରକାରୀ ସ୍ତରରେ ଘୋଷଣା କରାଯାଇଛି ।

ଏହି ଟିକା କେଉଁ ବର୍ଗର ଲୋକଙ୍କୁ ଦିଆଯିବ ସେନେଇ କୌଣସି ଘୋଷଣା କରାଯାଇନାହିଁ । ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ଖବର ଅନୁଯାୟୀ, ବୈଷୟିକ କମିଟି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମଧ୍ୟରେ ବୁଷ୍ଟର ଡୋଜର ପରିସୀମା ବୃଦ୍ଧି କରିବାକୁ ଯୋଜନା କରାଯାଉଛି ।

ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲଜିକାଲ-ଇ(Biological E) ଫେବୃଆରୀରେ ସପ୍ଲାଇ ଆରମ୍ଭ କରିବାକୁ ଆଶା ରଖିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାୟୋଲଜିକାଲ-ଇ ଠାରୁ ପ୍ରତି ଡୋଜକୁ ଟ୍ୟାକ୍ସକୁ ଛାଡି ୧୪୫ ଟଙ୍କାରେ କିଣିବେ କେନ୍ଦ୍ର ସରକାର । ଗତ 2 ଜୁନ ୨୦୨୧ରେ ବାୟୋଲଜିକାଲ-ଇ ଠାରୁ କୋର୍ବେଭାକ୍ସ କିଣିବା ପାଇଁ ସରକାର ଅଗ୍ରମୀ ଆକାରରେ ୧୫୦୦ କୋଟି ଟଙ୍କା ଦେଇଥିଲେ ।

କୋରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ଏବଂ ୧୫ରୁ ବର୍ଷକୁ କମ ପିଲାଙ୍କ ଭ୍ୟାକ୍ସିନ ଏବଂ ଲାଭାର୍ଥୀଙ୍କ ତାଲିକାର ବିସ୍ତାର ସମ୍ପର୍କରେ ଯେକୌଣସି ନିଷ୍ପତ୍ତି ବୈଜ୍ଞାନିକ ସମୀକ୍ଷା ଏବଂ NTAGIର ପରମର୍ଶକ୍ରମେ ଗ୍ରହଣ କରାଯିବା ନେଇ ସରକାର ସଂସଦରେ କହିଛନ୍ତି । କୋର୍ବେଭାକ୍ସ ଟିକା ଭାରତର ପ୍ରଥମ ସ୍ୱଦେଶୀ ରୂପରେ ବିକଶିତ ଆରବିଡି ପ୍ରୋଟିନ ସବ-ୟୁନିଟ୍ ଟିକା । ଏହା ହାଇଦ୍ରାବାଦ ସ୍ଥିତ ଫର୍ମ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଭାରତର ବିକଶିତ ତୃତୀୟ ଟିକା ।

Last Updated : Feb 6, 2022, 8:59 AM IST

ABOUT THE AUTHOR

...view details