ଚେନ୍ନାଇ:ତାମିଲନାଡୁ କୋଇମ୍ବାଟୁର (Coimbatore car blast) ବିସ୍ଫୋରଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ(NIA) । ଗତକାଲି ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିଶ କରିଥିବାବେଳେ, ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିବାକୁ ଏନଆଇଏକୁ ନିର୍ଦ୍ଦେଶ ଦେଇଛି । NIA ମଧ୍ୟ ଏକ ଏତଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମଳିଛି ।
Coimbatore blast: NIA ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର - ତାମିଲନାଡୁ ବିସ୍ଫୋରଣ ମାମଲା
ତାମିଲନାଡୁ କୋଇମ୍ବାଟୁର ବିସ୍ଫୋରଣ ମାମଲାର (Coimbatore blast) ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା NIA । ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗତକାଲି ଚିଠି ଲେଖି ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଅଧିକ ପଢନ୍ତୁ
୨୩ ତାରିଖରେ ତାମିଲନାଡୁର କୋଇମ୍ବାଟୁର ସହରର ଅକ୍ରମ ଏରିଆରେ ଏକ କାରରେ ବିସ୍ଫୋରଣ ଘଟିଥିଲା । କାରରେ ଏକ ଏଲପିଜି ସିଲିଣ୍ଡର ରଖାଯାଇଥିବାବେଳେ, ସେଥିରେ ବିସ୍ଫୋରଣ ଘଟିଥିଲା । ତେବେ ଏହି ମାମଲାରେ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ବେଳେ ଏହା ଆତଙ୍କୀ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି ।
ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତଦନ୍ତର ସମୀକ୍ଷା କରିଥିଲେ । ପରେ ସେ କେନ୍ଦ୍ରକୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବାକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖି ସୁପାରିଶ କରିଥିଲେ । ପୂର୍ବରୁ ବିଜେପି ମଧ୍ୟ ଏହି ମାମଲାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବା ପାଇଁ ଦାବି ମଧ୍ୟ କରିଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସୁପାରିଶ ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛି ।