ଓଡିଶା

odisha

ETV Bharat / bharat

କୋରୋନା ସଚେତନତା ପାଇଁ ଘରୋଇ ନ୍ୟୁଜ ଚ୍ୟାନେଲକୁ କେନ୍ଦ୍ରର ଆଡଭାଇଜରି - କେନ୍ଦ୍ର ଆଡଭାଇଜରୀ

ରବିବାର ସମସ୍ତ ଘରୋଇ ନ୍ୟୁଜ ଚ୍ୟାନେଲଗୁଡିକୁ ଏକ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ସ୍ତରରେ 4ଟି ହେଲ୍ପଲାଇନ ନମ୍ବର ନିଜ ସ୍କ୍ରନ୍‌ରେ ଦେଖାଇ ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବାରେ ସରକାରଙ୍କ ସହଯୋଗ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ଅଧିକ ପଢନ୍ତୁ...

କୋରୋନା ସଚେତନତା ପାଇଁ ଘରୋଇ ନ୍ୟୁଜ ଚ୍ୟାନେଲକୁ କେନ୍ଦ୍ରର ଆଡଭାଇଜରୀ
କୋରୋନା ସଚେତନତା ପାଇଁ ଘରୋଇ ନ୍ୟୁଜ ଚ୍ୟାନେଲକୁ କେନ୍ଦ୍ରର ଆଡଭାଇଜରୀ

By

Published : May 30, 2021, 8:10 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ନେଇ ନ୍ୟୁଜ ଚ୍ୟାନେଲଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ । ରବିବାର ସମସ୍ତ ଘରୋଇ ନ୍ୟୁଜ ଚ୍ୟାନେଲ ଗୁଡିକୁ ଏକ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର ।

କୋରୋନା ସଚେତନତା ପାଇଁ ଘରୋଇ ନ୍ୟୁଜ ଚ୍ୟାନେଲକୁ କେନ୍ଦ୍ରର ଆଡଭାଇଜରୀ

ଜାତୀୟ ସ୍ତରରେ 4ଟି ହେଲ୍ପଲାଇନ ନମ୍ବର ନିଜ ସ୍କ୍ରିନ୍‌ରେ ଦେଖାଇ ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବାରେ ସରକାରଙ୍କ ସହଯୋଗ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସରକାର କହିଛନ୍ତି କୋରୋନା ମହାମାରୀ ସହ ସମ୍ବନ୍ଧିତ 3ଟି କଥା ଉପରେ ସଚେତନତା ସୃଷ୍ଟି କରିବା ଦରକାର । ପ୍ରଥମରେ କୋଭିଡ ଟ୍ରିଟମେଣ୍ଟ ପ୍ରୋଟୋକଲ, ଦ୍ବିତୀୟରେ କୋଭିଡ ପାଇଁ ଉଚିତ ବ୍ୟବହାର, ତୃତୀୟରେ ଟିକାକରଣ ।

କେନ୍ଦ୍ର ସରକାର ନିର୍ଦ୍ଦେଶରେ କହିଛନ୍ତି ଗତ କିଛି ମାସରେ ସରକାର ବିଭିନ୍ନ ମାଧ୍ୟମ ଓ ପ୍ରିଣ୍ଟ, ଟିଭି, ରେଡିଓ, ସୋସିଆଲ ମିଡିଆ ତଥା ଅନ୍ୟ ମିଡିଆ ପ୍ଲାଟଫର୍ମ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ କାମ କରିଛନ୍ତି । ଜନସାଧାରଣଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଥିଲା ।

ଏଥିସହ ଆଡଭାଇଜରୀରେ ଘରୋଇ ଚ୍ୟାନେଲ ଗୁଡ଼ିକୁ ସମୟ ସମୟରେ ଇଣ୍ଟରଭାଲ ତଥା ପ୍ରାଇମ ଟାଇମ ସମୟରେ ଚ୍ୟାନେଲରେ ଟିକର ଜରିଆରେ ହେଲ୍ପଲାଇନ ନମ୍ବର ସହ ମହାମାରୀ ବିରୋଧରେ ସଚେତନତାକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି ।

ABOUT THE AUTHOR

...view details