ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଂସଦୀୟ ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି । ଏହା ସହ ସଂସଦ ଶୀତ ଅଧିବେଶନରେ (Parliament winter session) ସୀମା ପ୍ରସଙ୍ଗରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା କରିବାକୁ ଦାବି କରିବା ନେଇ କହିଛନ୍ତି ସୋନିଆ ।
ସେ ଆହୁରି କହିଛନ୍ତି ଚାଷୀ ଅନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କୁ ସମ୍ମାନ ଦିଆଯାଉ । ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ । ଏହାସହିତ ଦେଶରେ ଜିନିଷର ବଢୁଥିବା ଦର ବୃଦ୍ଧି ନେଇ ମଧ୍ୟ ବର୍ଷିଛନ୍ତି ସୋନିଆ । ଦର ବୃଦ୍ଧି ପ୍ରତି ପରିବାର ଆଖିରେ ଲୁହ ଦେଇଛି ବୋଲି କହିଛନ୍ତି ସୋନିଆ । ଭାରତର ସମ୍ପତ୍ତି ବିକ୍ରି କରୁଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଦ୍ବାରା PSU ଗୁଡ଼ିକ ଭାଙ୍ଗୁଛି ବୋଲି ମଧ୍ୟ କହିଛନ୍ତି ସୋନିଆ ।
ଏହାବାଦ ସଂସଦରେ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ ଘଟଣାକୁ ନେଇ ସୋନିଆ କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ନିଲମ୍ବିତ ସାଂସଦମାନଙ୍କ ସହିତ ଆମେ ଛିଡା ହେବୁ ।