ନୂଆଦିଲ୍ଲୀ:କ୍ରମାଗତ ଭାବରେ ବଢି ଚାଲିଛି ତେଲ ଦର । ଏହାକୁ ନେଇ ନାନା ପ୍ରତିବାଦ ଓ ବିରୋଧ ସତ୍ତ୍ବେ ବି କେନ୍ଦ୍ର ସରକାର ଦର ହ୍ରାସ କରୁନଥିବାବେଳେ ଏବେ 4 ରାଜ୍ୟ ଖାଉଟିଙ୍କ ପାଇଁ ନେଇଛନ୍ତି ଏକ ପଦକ୍ଷେପ । ଖାଉଟିଙ୍କୁ ଆଶ୍ବସ୍ତି ଦେବା ପାଇଁ 4 ରାଜ୍ୟ ତେଲ ଟ୍ୟାକ୍ସ କମ କରିଛନ୍ତି।
ତେଲ ଦରରେ ନିଆଁ, VAT କମାଇଲେ ଏହି ରାଜ୍ୟ - petrol price not rise today
ତେଲ ଦର ହ୍ରାସ କଲେନି କେନ୍ଦ୍ର ସରକାର । 4 ରାଜ୍ୟ (ପଶ୍ଚିମବଙ୍ଗ, ମେଘାଳୟ, ଆସାମ ଓ ରାଜସ୍ଥାନ) କମାଇଲେ ଭାଟ୍ । ଅନ୍ୟପଟେ 14 ଦିନରେ ଆଜି ତେଲ ଦର ଅପରିବର୍ତ୍ତିତ ରହିଛି । ଯାହା ଖାଉଟିଙ୍କୁ ଆଶ୍ବସ୍ତି ଆଣି ଦେଇଛି ।
ତେଲ ଦରରେ ନିଆଁ, VAT କମାଇଲେ ଏହି ରାଜ୍ୟ
ପଶ୍ଚିମବଙ୍ଗ ପେଟ୍ରୋଲ ଓ ଡିଜେଲ ଦରରେ 1 ଟଙ୍କା ଭାଟ୍ କମ କରିଛନ୍ତି । ସେହିପରି ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ 38% ରୁ 36 % ଭାଟ୍ କମ କରିଛି । ଆସାମ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ 5 ଟଙ୍କା ଭାଟ୍ କମ କରିଛି । ଅନ୍ୟପଟେ ସବୁଠାର ଅଧିକ ଭାଟ୍ ଛାଡ କରିଛି ମେଘାଳୟ । ପେଟ୍ରୋଲ 7.40 ଓ ଡିଜେଲ 7.10 ଟଙ୍କା ଛାଡ କରିଛି ।
ଆଜି ପ୍ରଥମ ଥର ପାଇଁ ତେଲ ଦର ଅପରିବର୍ତ୍ତିତ ରହିଛି । ଶନିବାର ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଥିଲା । ସେହିପରି ଡିଜେଲ ଲିଟର ପିଛା 37 ପଇସା ବୃଦ୍ଧି ପାଇ 80.97 ଟଙ୍କାରେ ପହଞ୍ଚିଥିଲା ।