ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିବା ପରେ ବଢିଲା ବିଶିଷ୍ଟ କବି କୁମାର ବିଶ୍ବାସଙ୍କ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ପ୍ରତି ଥିବା ବିପଦ ଓ ଗୁଇନ୍ଦା ତଥ୍ୟକୁ ସମୀକ୍ଷା କରିବା ପରେ ତାଙ୍କୁ ଏଣିକି Y’ କ୍ୟାଟାଗୋରୀ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଫଳରେ ଏଣିକି କୁମାର ବିଶ୍ବାସଙ୍କୁ Y’ କ୍ୟାଟାଗୋରୀ ସୁରକ୍ଷା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ତାଙ୍କୁ ସୁରକ୍ଷା ଯୋଗାଇ ଦେବ । ଯେଉଁଥିରେ 9 ଜଣ ଯବାନ ରହିବା ସହ 2 ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୋଟ 11 ଜଣ 24 ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ।
କୁମାର ବିଶ୍ବାସଙ୍କ ଅଭିଯୋଗ ଉପରେ ଜବାବ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ମୁଁ ଦୁନିଆର ସବୁଠାରୁ ସ୍ବିଟ(ମିଠା) ଆତଙ୍କବାଦୀ । ଯିଏ ସ୍କୁଲ , କଲେଜ ମେଡିକାଲ ନିର୍ମାଣ କରିବା ସହ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପଠାଉଛି । ଏମିତି ଆତଙ୍କବାଦୀ ତ ଦୁନିଆରେ ଜନ୍ମ ହୋଇନଥିବେ । ମୋ ଉପରେ ଅଭିଯୋଗ ଆସିଛି କି ମୁଁ ପ୍ରଧାନମନ୍ତ୍ରୀ ହେବା ପାଇଁ 10 ବର୍ଷ ହେଲା ଯୋଜନା କରୁଛି । ଯଦି ଏମିତି ଯୋଜନା ମୋର ଥିଲା, ତେବେ 3 ବର୍ଷ କଂଗ୍ରେସ ସରକାର ବର୍ତ୍ତମାନ 7 ବର୍ଷ ହେଲା ବିଜେପି ସରକାର ଅଛି । କାହିଁକି ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଭଗତ ସିଂଙ୍କୁ ନେଇ କେଜ୍ରିୱାଲ କହିଛନ୍ତି, ଇଂରେଜ ଭଗତ ସିଂଙ୍କୁ ମଧ୍ୟ ଆତଙ୍କବାଦୀ କହୁଥିଲେ । ନିଜକୁ ଭଗତ ସିଂଙ୍କ ଶିଷ୍ୟ କହି କେଜ୍ରିୱାଲ ତେର୍ଛା ବାଣ ମାରିଛନ୍ତି । କହିଛନ୍ତି ଏବେ ସେହି ଭଗତ ସିଂ ଶିଷ୍ୟଙ୍କୁ ଆତଙ୍କବାଦୀ ସଜାଇବା ପାଇଁ ସବୁ ଭ୍ରଷ୍ଟ ଲୋକ ଏକାଠି ହୋଇଛନ୍ତି ।
@ANI