ଓଡିଶା

odisha

By

Published : Apr 4, 2021, 11:54 AM IST

ETV Bharat / bharat

ସ୍ୱାସ୍ଥ୍ୟସେବା, ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟିକାଦାନ ପଞ୍ଜୀକରଣକୁ ବନ୍ଦ କଲା କେନ୍ଦ୍ର

ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ କୋଭିଡ ଟୀକା ପଞ୍ଜୀକରଣରେ ନକଲି ଉପଭୋକ୍ତା। ଏନେଇ ପଞ୍ଜୀକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

ବନ୍ଦ ହେଲା ଆଗଧାଡିର ସ୍ବାସ୍ଥ୍ୟସେବା କର୍ମୀଙ୍କୁ ଟିକାଦାନ ପଞ୍ଜୀକରଣ ବ୍ୟବସ୍ଥା
ବନ୍ଦ ହେଲା ଆଗଧାଡିର ସ୍ବାସ୍ଥ୍ୟସେବା କର୍ମୀଙ୍କୁ ଟିକାଦାନ ପଞ୍ଜୀକରଣ ବ୍ୟବସ୍ଥା

ନୂଆଦିଲ୍ଲୀ: ବନ୍ଦ ହେଲା ସ୍ବାସ୍ଥ୍ୟସେବା ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟିକାଦାନ ପଞ୍ଜୀକରଣ ବ୍ୟବସ୍ଥା। ଏହି ବର୍ଗଗୁଡିକରେ ନକଲି ପଞ୍ଜୀକରଣ ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ମଧ୍ୟରେ ଏହି ବର୍ଗଗୁଡିକ ଅଧୀନରେ ନକଲି ପଞ୍ଜୀକରଣ ହାର ପ୍ରାୟ 24 ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, କିଛି ଅଯୋଗ୍ୟ ହିତାଧିକାରୀ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଭାବରେ ନିଜକୁ ପଞ୍ଜୀକୃତ କରିଛନ୍ତି ଏବଂ ନିର୍ଦ୍ଦେଶିତ ନିୟମାବଳୀକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ସେମାନଙ୍କୁ ଟିକା ଦିଆଯାଉଛି।

16 ଜାନୁୟାରୀ 2021 ଠାରୁ ସମଗ୍ର ଦେଶରେ କୋଭିଡ୍ 19 ଟୀକାକରଣ ପ୍ରକ୍ରିୟା ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟରେ ପ୍ରଥମେ ଟୀକାକରଣ ଆରମ୍ଭ ହୋଇଥିଲା। ଏହା ପରେ ଫେବୃଆରୀ 2 ରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାପରେ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ 45-59 ବର୍ଷ ବୟସର ବ୍ୟକ୍ତି 20ରୁ ଉର୍ଦ୍ଧ୍ବ ରୋଗଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା।

ଏପ୍ରିଲ୍ ପହିଲାରୁ 45 ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ପାଇଁ ଯୋଗ୍ୟ ବିବେଚିତ କରି ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା 7.44 କୋଟି ଲୋକଙ୍କୁ କୋରୋନା ଟୀକା ଦିଆଯାଇଛି। ତେବେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଦେଶରେ ଅନୁମତି ମିଳିବା ପରେ ଜାନୁୟାରୀ 16ରୁ ଏହି ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ABOUT THE AUTHOR

...view details