ନୂଆଦିଲ୍ଲୀ:କେନ୍ଦ୍ର ଆଣିଥିବାଅଗ୍ନିପଥ ଯୋଜନା ନେଇ ମିଥ୍ୟା ତଥା ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିବା ଓ ହିଂସା ସୃଷ୍ଟିକାରୀ ଅବସ୍ଥା ସୃଷ୍ଟିି କରିବା ପଛରେ ହ୍ବାଟ୍ସଆପ ଗ୍ରୁପର ଭୂମିକା ରହିଛି । ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ 35 ଟି ହ୍ବାଟ୍ସଆପ ଗ୍ରୁପକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ତଦନ୍ତ ପରେ ପ୍ରଥମେ କୋଚିଂ ସେଣ୍ଟରର ଭୂମିକା ଓ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପର ଏପରି ବ୍ୟବହାର ସାମ୍ନାକୁ ଆସିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କେବଳ ହ୍ବାଟ୍ସଆପ ଗ୍ରୁପ ନୁହେଁ ବରଂ ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା 10 ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅନ୍ୟପଟେ ଏହି ଯୋଜନା ନେଇ ବର୍ତ୍ତମାନ ଅନେକ ଭୁଲ ତଥ୍ୟ ଓ ଉଦ୍ଦେଶ୍ୟମୂଳକ ବିଭ୍ରାନ୍ତିକର କଣ୍ଟେଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା ଯୁବପିଢିଙ୍କ ମନରେ ଏହି ଯୋଜନାକୁ ନେଇ ଭ୍ରମ ସୃଷ୍ଟି କରୁଛି । ଏହାକୁ ପ୍ରତିହତ କରିବା ପାଇଁ ପ୍ରେସ ଇନଫରମେସନ ବ୍ୟୁରୋ ମଧ୍ୟ ଏହିସବୁ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ।