ଓଡିଶା

odisha

By

Published : Oct 7, 2022, 1:39 PM IST

Updated : Oct 7, 2022, 2:36 PM IST

ETV Bharat / bharat

କିଏ ହେବ ପରବର୍ତ୍ତୀ ପ୍ରଧାନ ବିଚାରପତି, ଉତ୍ତରାଧିକାରୀ ବାଛିବାକୁ କେନ୍ଦ୍ରର ଚିଠି

ନଭେମ୍ବର 8 ତାରିଖରେ ଅବସର ନେବେ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ । ଏନ ଭି ରମଣାଙ୍କ ପରେ ଅଗଷ୍ଟ 27ରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ୟୁୟୁ ଲଳିତ । ଅବସର ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଉତ୍ତରାଧିକାରୀ ସୁପାରିଶ ପାଇଁ ପ୍ରଧାନ ବିଚାରପତିଙ୍କୁ କେନ୍ଦ୍ରର ଚିଠି
ଉତ୍ତରାଧିକାରୀ ସୁପାରିଶ ପାଇଁ ପ୍ରଧାନ ବିଚାରପତିଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି । କାର୍ଯ୍ୟକାଳ ସରିବା ପୂର୍ବରୁ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବା ପାଇଁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ନ୍ୟାୟିକ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜର ଉତ୍ତରାଧିକାରୀ ସୁପାରିଶ କରିବାର ପରମ୍ପରା ରହିଛି । ତେଣୁ ନାମ ସୁପାରିଶ କରିବାକୁ ପାଇଁ ଚିଠିରେ ଉଲ୍ଲେଖ ରହିଛି । ନଭେମ୍ବର 8 ତାରିଖରେ ଅବସର ନେବେ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ । ଏନ ଭି ରମଣାଙ୍କ ପରେ ଅଗଷ୍ଟ 27ରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ୟୁୟୁ ଲଳିତ।

ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ଅବସରକୁ ଆଉ ଗୋଟିଏ ମାସ ବାକି ରହିଛି । ତେଣୁ ଉତ୍ତରାଧିକାରୀ ଚୟନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିବା ସୂଚନା ମିଳିଛି । ଜଷ୍ଟିସ ୟୁୟୁ ଲଳିତ୍‌ ନଭେମ୍ବର ୮ରେ ଅବସର ନେବେ । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ । ତେଣୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବା ନେଇ ଆଶା କରାଯାଉଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବା ନେଇ ଯୋଗ୍ୟ ବିବେଚିତ ହୋଇପାରନ୍ତି ।

ଏହା ବି ପଢନ୍ତୁ...Delhi Excise Policy: ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ED ରେଡ୍

1957 ନଭେମ୍ବର 9ରେ ମହାରାଷ୍ଟ୍ର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ ୟୁୟୁ ଲଳିତ । ତାଙ୍କ ବାପା ୟୁଆର ଲଳିତ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଥିଲେ । ଏହାସହ ସୁପ୍ରିମକୋର୍ଟର ଜଣେ ସିନିୟର ଅଡଭୋକେଟ ଥିଲେ । 1983ରେ ଆଡଭୋକେଟ ଭାବେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ ୟୁୟୁ ଲଳିତ । ଜୁନରେ ୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବା ଆଗରୁ ବିଚାରପତି ଲଳିତ ସୁପ୍ରିମକୋର୍ଟର ବରିଷ୍ଠ ଆଡ୍‌ଭୋକେଟ ଥିଲେ । ବରିଷ୍ଠତା ଭିତ୍ତିରେ ସବୁଠୁ ଆଗରେ ରହିଥିବା ତାଙ୍କ ନାମ ସୁପାରିଶ କରିଥଲେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ।

Last Updated : Oct 7, 2022, 2:36 PM IST

ABOUT THE AUTHOR

...view details