ନୂଆଦିଲ୍ଲୀ: ଗତବର୍ଷ ବାତ୍ୟା ଓ ବନ୍ୟା ପାଇଁ ହୋଇଥିବା କ୍ଷୟକ୍ଷତିର ଭରଣା କରିବାକୁ କେନ୍ଦ୍ର ସରକାର 4 ରାଜ୍ୟ ସମେତ ପୁଡୁଚେରୀକୁ 3,113.05 କୋଟି ଟଙ୍କା ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଅଞ୍ଚଳକୁ ଅତିରିକ୍ତ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଛି ।
4 ରାଜ୍ୟ ସମେତ ପୁଡୁଚେରୀକୁ 3 ହଜାର କୋଟି ଦେଲେ ସରକାର - 4 States and one UTs
ଗତବର୍ଷ ବାତ୍ୟା ଓ ବନ୍ୟା ପାଇଁ ସରକାର 4 ରାଜ୍ୟ ସମେତ ପୁଡୁଚେରୀକୁ 3,113.05 କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦେଇଛନ୍ତି । ଅଧିକ ପଢନ୍ତୁ...
ସରକାର
ଜାତୀୟ ବିପର୍ଯ୍ୟୟ ପରିଚାଳନା ଫଣ୍ଡ(ଏନଡିଆରଏମଏଫ)ରୁ ଏହି ଅନୁଦାନ ପ୍ରଦାନ କରାଯିବ । ଆନ୍ଧ୍ରପ୍ରଦେଶ, ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପୁଡୁଚେରୀକୁ ଏହି ଅନୁଦାନ ରାଶି ମିଳିବ ।
ଗତବର୍ଷ ହୋଇଥିବା ନିଭାର, ବୁରେଭୀ, ବିହାରରେ ହୋଇଥିବା ବନ୍ୟା ଓ ସେହିପରି ମଧ୍ୟପ୍ରଦେଶରେ ପଙ୍ଗପାଳ ଆକ୍ରମଣରେ ଚାଷରେ ହୋଇଥିବା କ୍ଷତି ପାଇଁ ଏହି ଅର୍ଥ ଦିଆଯାଇଛି । ସୂଚନାଥାଉକି, 2020-21ରେ ସରକାର ଏସଡିଆରଏମଏଫରୁ ସମୁଦାୟ 28ଟି ରାଜ୍ୟକୁ 19036.43 କୋଟି ଓ 11 ରାଜ୍ୟକୁ ଏନଡିଆରଏମଏଫରୁ 4,409.71 କୋଟି ଦେଇଛନ୍ତି ।