ନୂଆଦିଲ୍ଲୀ: ଦେଶର ଅନେକ ଶିଳ୍ପରେ ଅକ୍ସିକେୟାର ସିଷ୍ଟମର ଉତ୍ପାଦନ କରିବ ଡିଆରଡିଓ । ଏହାସହିତ ଡିଆରଡିଓ ପକ୍ଷରୁ ଓଡିଶାର 7ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନିଆଯାଇଛି ।
1.5 ଲକ୍ଷ DRDO ଅକ୍ସିକେୟାର ସିଷ୍ଟମ କିଣିବେ ସରକାର, ପିଏମ କେୟାରରୁ ହେବ ଖର୍ଚ୍ଚ
କେନ୍ଦ୍ରସରକାର ବୁଧବାର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ବିକଶିତ 1 ଲକ୍ଷ 50 ହଜାର ଅକ୍ସିକେୟାର ସିଷ୍ଟମକୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ...
DRDO ର 1.5 ଲକ୍ଷ ଅକ୍ସିକେୟାର ସିଷ୍ଟମ କିଣିବେ ସରକାର, ପିଏମ କେୟାରରୁ ହେବ ଖର୍ଚ୍ଚ
କେନ୍ଦ୍ର ସରକାର ବୁଧବାର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ବିକଶିତ 1 ଲକ୍ଷ 50 ହଜାର ଅକ୍ସିକେୟାର ସିଷ୍ଟମ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପିଏମ କେୟାର ଫଣ୍ଡ୍ରୁ ଏହି ଅକ୍ସିକେୟାର ସିଷ୍ଟମ କିଣିବାରେ ଖର୍ଚ୍ଚ ହେବ 322.5 କୋଟି ଟଙ୍କା ।
ସରକାର 1 ଲକ୍ଷ ମାନୁଆଲ ଓ 50 ହଜାର ଅଟୋମେଟିକ ଅକ୍ସିକେୟାର ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅଣରିଭରେନ୍ଥ ମାସ୍କ ମଧ୍ୟ କିଣିବେ ସରକାର ।