କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୟୁରୋପ ଗସ୍ତକୁ ଅନୁମୋଦନ ମିଳିଛି । ମମତା ବାନାର୍ଜୀ ଦୁବାଇ ସମେତ ସ୍ପେନର ମାଦ୍ରିଦ, ବାର୍ସିଲୋନା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେପ୍ଟେମ୍ବର 12ରେ ସେ ବିଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ପାଇଁ କେନ୍ଦ୍ର ପକ୍ଷରୁ ଅନୁମୋଦନ ମିଳିଛି । ସେପ୍ଟେମ୍ବର 12ରୁ 23 ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସେ ପଶ୍ଚିମବଙ୍ଗକୁ ନିଯୁକ୍ତି ଆଣିବା ତଥା ନୂତନ ଶିଳ୍ପ ଭିତ୍ତିଭୂମିର ସମ୍ଭାବନା ପାଇଁ ବିଦେଶ ଯାତ୍ରା କରିବେ । ତେବେ 2018ରେ ମମତା ବାନାର୍ଜୀଙ୍କୁ ଶେଷ ମୁହୂର୍ତ୍ତରେ ଚିକାଗୋ ଗସ୍ତକୁ ବାତିଲ କରିବାକୁ ପଡିଲା । ପାଞ୍ଚ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦଙ୍କ ଚିକାଗୋ ସମ୍ମିଳନୀର 125ତମ ବାର୍ଷିକୀ ଅବସରରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ବାତିଲ ହୋଇଥିଲା ।
ସେହିପରି 2018 ମସିହାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଚୀନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ତାହା ମଧ୍ୟ ବାତିଲ ହୋଇଥିଲା । କାରଣ ଏନେଇ କେନ୍ଦ୍ର ପକ୍ଷରୁ ଅନୁମତି ମିଳିନଥିଲା। ସେହିପରି ସେପ୍ଟେମ୍ବର 2021ରେ ମମତା ବାନାର୍ଜୀଙ୍କ ରୋମ ଗସ୍ତକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିନଥିଲେ। ତେବେ ଏଥର କେନ୍ଦ୍ର ସରକାର ମମତାଙ୍କୁ ୟୁରୋପ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି।