ଓଡିଶା

odisha

ETV Bharat / bharat

5 ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ପାଇବେ 1,887 କୋଟିର ଅତିରିକ୍ତ ସହାୟତା - କେନ୍ଦ୍ରୀୟ ସହାୟତା ପାଇବେ 5 ରାଜ୍ୟ

5 ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ପାଇଁ କେନ୍ଦ୍ରର 1,887 କୋଟି ଅତିରିକ୍ତ ସହାୟତା । ଅଧିକ ପଢନ୍ତୁ

5 ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ପାଇଁ କେନ୍ଦ୍ରର 1,887 କୋଟି ଅତିରିକ୍ତ ସହାୟତା
5 ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ପାଇଁ କେନ୍ଦ୍ରର 1,887 କୋଟି ଅତିରିକ୍ତ ସହାୟତା

By

Published : Mar 30, 2022, 10:42 PM IST

ନୂଆଦିଲ୍ଲୀ:ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ମାତ୍ରାଧିକ ପ୍ରଭାବିତ ହୋଇଥିବା ପାଞ୍ଚଟି ରାଜ୍ୟକୁ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛି କେନ୍ଦ୍ର । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (NDRF) ଅଧୀନରେ ଏହି 5 ରାଜ୍ୟକୁ ଅତିରିକ୍ତ 1,887.23 କୋଟି ଟଙ୍କା ସହାୟତା ଅନୁମୋଦନ ହୋଇଥିବା ସୂଚନା ମିଳିଛି ।

ସରକାରୀ ବିବୃତ୍ତି ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି (HLC) (ଗତବର୍ଷ) 2021 ମସିହାରେ ବନ୍ୟା, ଭୂସ୍ଖଳନ ସମ୍ମୁଖୀନ ହୋଇଥିବା ଏହି ପାଞ୍ଚଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ ଦେଇଛି । ପାଞ୍ଚଟି ରାଜ୍ୟ ମଧ୍ୟରେ ବିହାର, ରାଜସ୍ଥାନ, ହିମାଚଳ ପ୍ରଦେଶ, ସିକ୍କିମ ଏବଂ ପଶ୍ଚିମବଙ୍ଗ ରହିଛି ।

ମୋଟ ଅନୁମୋଦିତ ରାଶି 1,887.23 କୋଟି ମଧ୍ୟରୁ ବିହାରକୁ 1,038.96 କୋଟି, ହିମାଚଳ ପ୍ରଦେଶକୁ 21.37 କୋଟି, ରାଜସ୍ଥାନକୁ 292.51 କୋଟି, ସିକ୍କିମକୁ 59.35 କୋଟି ଏବଂ ପଶ୍ଚିମବଙ୍ଗକୁ 475.04 କୋଟି ଟଙ୍କା ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରାଜ୍ୟମାନଙ୍କ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ସେହିପରି 2021-22 ଆର୍ଥିକ ବର୍ଷରେ, କେନ୍ଦ୍ର ସରକାର ରାଜ୍ୟମାନଙ୍କ ରାଜ୍ୟ ବିପର୍ଯ୍ୟୟ ପିରଚାଳନା ପାଣ୍ଠି (SDRF) ମାଧ୍ୟମରେ 28ଟି ରାଜ୍ୟକୁ 17,747.20 କୋଟି ଏବଂ NDRF ମାଧ୍ୟମରେ 9 ରାଜ୍ୟକୁ 6,197.98 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ANI

ABOUT THE AUTHOR

...view details