ଓଡିଶା

odisha

ETV Bharat / bharat

Law Commission: ଆଇନ କମିଶନ ଗଠିତ, ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ - ଜଷ୍ଟିସ୍ ଋତୁରାଜ ଅୱସ୍ତି

ଦୀର୍ଘ 4 ବର୍ଷ ପରେ କେନ୍ଦ୍ର ସରକାର 22ତମ ଲ କମିଶନ ବା ଆଇନ କମିଶନ ଗଠନ କରିଛନ୍ତି । ଜଷ୍ଟିସ୍ ଋତୁରାଜ ଅୱସ୍ତିଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ

ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ
ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ

By

Published : Nov 8, 2022, 1:12 PM IST

ନୂଆଦିଲ୍ଲୀ:ଅନେକ ଦିନର ଅପେକ୍ଷା ପରେ ଲ' କମିଶନ ଗଠନ ହୋଇଛି । ଦୀର୍ଘ 4 ବର୍ଷ ପରେ କେନ୍ଦ୍ର ସରକାର 22ତମ ଲ କମିଶନ ବା ଆଇନ କମିଶନ ଗଠନ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ତିଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଟ୍ବିଟ କରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଅଧ୍ୟକ୍ଷ ଓ କମିଶନର ସଦସ୍ୟଙ୍କ ନାମ ସୂଚିତ କରିଛନ୍ତି । ଜଷ୍ଟିସ ଅୱସ୍ତି 2011 ଅକ୍ଟୋବରରୁ 2022 ଜୁଲାଇ ପର୍ଯ୍ୟନ୍ତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ହିଜାବ ମାମଲାର ଶୁଣାଣି କରି ହିଜାବ ଇସଲାମବାଦର ଏକ ଅନିବର୍ଯ୍ୟ ବ୍ୟବସ୍ଥା ନୁହେଁ ବୋଲି ତାଙ୍କ ନେତୃତ୍ବଧୀନ ଖଣ୍ଡପୀଠ ରାୟ ଶୁଣାଣିଥିଲା । ଆଇନ କମିଶନ ସଦସ୍ୟ ଭାବେ କେରଳ ହାଇକୋର୍ଟର ପୂର୍ବଚନ ବିଚାରପତି କେ.ଟି ଶଙ୍କରନ, ପ୍ରଫେସର ଆନନ୍ଦ ପଲିୱାଲ, ପ୍ରଫେସର ଡି.ପି ବର୍ମା, ପ୍ରଫେସର ଡକ୍ଟର ରାକା ଆର୍ଯ୍ୟ ଏବଂ ଏମ. କରୁଣାନିଧିଙ୍କୁ ସଦସ୍ୟ ଭାବେ ନିଯୁକ୍ତ ମିଳିଛି ।

ଏହା ବି ପଢନ୍ତୁ...ବିମୁଦ୍ରୀକରଣକୁ ୬ ବର୍ଷ: ଏବେବି ରେକର୍ଡ ସ୍ତରରେ ନଗଦ ଟଙ୍କା କାରବାର

21ତମ ଲ ବା ଆଇନ କମିଶନ ପଦରୁ ଜଷ୍ଟିସ ବି.ଏସ ଚୌହାନ ଅବସର ନେବା ପରେ 2018 ଅଗଷ୍ଟ 31ରୁ ଲ କମିଶନ ପଦ ଖାଲି ପଡିଥିଲା । ଲ କମିଶନ ଗଠନ ବିଳମ୍ବକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ବିଚାରଧୀନ ରହିଛି । ସୋମବାର 22ତମ ଲ କମିଶନ ଗଠନ ହୋଇଛି ।

ABOUT THE AUTHOR

...view details