ଓଡିଶା

odisha

By

Published : Mar 14, 2022, 7:03 PM IST

ETV Bharat / bharat

Sikh Passengers Rule: ଘରୋଇ ବିମାନରେ କ୍ରିପାଣ ସହ ଯାତ୍ରା କରିପାରିବେ ଶିଖ ଯାତ୍ରୀ, କେନ୍ଦ୍ର ଦେଲା ଅନୁମତି

ଘରୋଇ ବିମାନରେ କ୍ରିପାଣ ନେଇପାରିବେ ଶିଖ ଯାତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଲା ଅନୁମତି । କ୍ଷୁଦ୍ର ଖଣ୍ଡାର ଆକାର ୯ ଉଞ୍ଚରୁ ଛୋଟ ହେବା ନେଇ ଦିଆହୋଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଘରୋଇ ବିମାନରେ କୀର୍ପନ ସହ ଯାତ୍ରା କରିପାରିବେ ଶିଖ ଯାତ୍ରୀ, କେନ୍ଦ୍ର ଦେଲା ଅନୁମତି
ଘରୋଇ ବିମାନରେ କୀର୍ପନ ସହ ଯାତ୍ରା କରିପାରିବେ ଶିଖ ଯାତ୍ରୀ, କେନ୍ଦ୍ର ଦେଲା ଅନୁମତି

ନୂଆଦିଲ୍ଲୀ: ଏଣିକି ବିମାନବନ୍ଦର ଓ ଘରୋଇ ବିମାନରେ ପାରମ୍ପରିକ କ୍ରିପାଣ (କ୍ଷୁଦ୍ର ଖଣ୍ଡା) ସହ ଯାତ୍ରା କରିପାରିବେ ଶିଖ ଯାତ୍ରୀ । ପୂର୍ବରୁ ଏହା ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏବେ ଜାରି କରାଯାଇଥିବା ନୂତନ ନିୟମ ଅନୁସାରେ ଶିଖଯାତ୍ରୀମାନେ ସେମାନଙ୍କ ଏହି ପାରମ୍ପରିକ ଅସ୍ତ୍ରକୁ ସାଙ୍ଗରେ ଧରି ଘରୋଇ ବିମାନରେ ଯାତ୍ରା କରିପାରିବେ ।

କିନ୍ତୁ ଏହା ଉପରେ ସାମାନ୍ୟ ସର୍ତ୍ତାବଳୀ ମଧ୍ୟ ଜାରି କରାଯାଇଛି । ଏହି କ୍ରିପାଣ (ଅସ୍ତ୍ର)ର ଆକାର 22.86 ସେ.ମି (୯ ଇଞ୍ଚ୍‌) ରୁ ଅଧିକ ହୋଇନଥିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି ବେସାମରିକ ଉଡାଣ ଓ ସୁରକ୍ଷା ବ୍ୟୁରୋ (BCAS)ର ମହାନିର୍ଦ୍ଦେଶକ ଜୟଦ୍ବୀପ ପ୍ରସାଦ ।

ଶିଖ ସମ୍ପ୍ରଦାୟରେ ପାରମ୍ପରିକ ଭାବେ ପୁରୁଷମାନେ ଏହି କ୍ଷୁଦ୍ର ଖଣ୍ଡା (କ୍ରିପାଣ) ଧାରଣ କରିବାର ପରମ୍ପରା ରହିଆସିଛି । ତେବେ ବିମାନରେ କୌଣସି ପ୍ରକାର ମାରଣାସ୍ତ୍ର ନେବାର ଅନୁମତି ନଥିବାବେଳେ ଏହାକୁ ମଧ୍ୟ ବାରଣ କରାଯାଇଥିଲା । ଏପରିକି ପଞ୍ଜାବର ଅମୃତସରର ଶ୍ରୀ ଗୁରୁ ରାମଦାସଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟରତ ଜଣେ ଶିଖ କର୍ମଚାରୀ ଏହି କ୍ରିପାଣକୁ ଧାରଣ କରିଥିବାବେଳେ ତାଙ୍କୁ ବାରଣ କରାଯାଇଥିଲା।

ପରେ ଏହି ପ୍ରସଙ୍ଗରେ ଏକାଧିକ ଶିଖ ସଂଗଠନ ଆପତ୍ତି ଉଠାଇବା ସହ ଶିରୋମଣୀ ଗୁରୁଦ୍ବାର ପ୍ରବନ୍ଧକ କମିଟି (SGPC)ର ସଭାପତି ହରିଜିନ୍ଦର ସିଂ ଧାମି ମଧ୍ୟ ଏହାକୁ ଅନୁମତି ଦେବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଗତ କରିଥିଲେ । ତେବେ ଆଜି ଏନେଇ ପୂର୍ବ ପ୍ରଚଳିତ ନିୟମକୁ କୋହଳ କରିଛି ବେସାମରିକ ବିମାନ ମନ୍ତ୍ରଣାଳୟ । ଏହା ଏକ ଧର୍ମୀୟ ପରମ୍ପରା ହୋଇଥିବାରୁ ମାତ୍ର ୯ ଇଞ୍ଚରୁ ଛୋଟ କ୍ରିପାଣକୁ ଶିଖ୍‌ମାନେ ବିମାନବନ୍ଦର ଓ ଘରୋଇ ବିମାନ ଯାତ୍ରା ସମୟରେ ନେଇ ପାରିବା ନେଇ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details