ନୂଆଦିଲ୍ଲୀ:ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ବଚ୍ଛ ଭାରତ ମିଶନ ଅଧିନରେ 20ଲକ୍ଷ ଗାଁକୁ କେନ୍ଦ୍ରରୁ 40,700କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି ।
କେନ୍ଦ୍ରର ସୂଚନା ଅନୁସାରେ, 12,730କୋଟି ପଞ୍ଚଦଶ ଅର୍ଥ ଆୟୋଗ ମାଧ୍ୟମରେ ଉପଲବ୍ଧ ହେଉଥିବାବେଳେ 4,100 ମନରେଗାରେ ଉପଲବ୍ଧ ହେବ । ଜଳଶକ୍ତି ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ SBM-Gର ଜାତୀୟ ଯୋଜନା ମଞ୍ଜୁରୀ କମିଟି (NSSC) ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାର୍ଷିକ କାର୍ଯ୍ୟକାରିତା ଯୋଜନା (AIP) କୁ ଅନୁମୋଦନ କରିଛି | "କେନ୍ଦ୍ର 14,000 କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟଗୁଡିକ 8300 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।