ମୁମ୍ବାଇ: ଫେକ ଭିଡିଓ ଭାଇରାଲ ମାମଲାରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା କେନ୍ଦ୍ରୀୟ ରେଳବାଇ । ମୁମ୍ବାଇ ସିଏସଏମଟି ଷ୍ଟେସନର ଜନଗହଳିପୂର୍ଣ୍ଣ ଭିଡିଓ ଭାଇରାଲ ଘଟଣାରେ ଜିଆରପି ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମାଲା ରୁଜୁ କରିଛନ୍ତି । ଏହି ଘଟଣାରେ କେନ୍ଦ୍ରୀୟ ରେଳବିଭାଗର ଲୋକସମ୍ପର୍କ ଅଧିକାରୀ ଫେକ ଭିଡିଓ ଭାଇରାଲ ହୋଇଥିବା ସଂପୃକ୍ତ ଅଜଣା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଏଡିଟେଡ ଭିଡିଓ ବ୍ୟବହାର କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଭଳି ସଙ୍ଗୀନ ଦଫା ଲଗାଯାଇଛି ।
ମୁମ୍ବାଇ ସିଏସଏମଟି ଷ୍ଟେସନର ଗତ 07.02.2021 ତାରିଖ ଦିନ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଏହି ଭିଡିଓରେ ମୁମ୍ବାଇ ସିଏମଏସଟି ରେଳ ଷ୍ଟେସନରେ ପ୍ରବଳ ଗହଳି ହୋଇଥିବା ଦେଖାଯାଇଛି । ଏହା ପରେ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ମିଥ୍ୟା ଗୁଜବ ସୃଷ୍ଟି ହୋଇଥିଲା । ଏହି ଭିଡିଓ କିଛି ଦିନ ପୂର୍ବର ହୋଇଥିଲା କିନ୍ତୁ ଲୋକଙ୍କୁ ଏ ଭଳି ମିଥ୍ୟା ପୋଷ୍ଟ କରି ଗୁଜବ ସୃଷ୍ଟି କରିଛନ୍ତି । ଭିଡ ଗହଳି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ରେଳବାଇ ତଥା ଆରପିଏପ ସକ୍ଷମ କିନ୍ତୁ ଏଭଳି ମିଥ୍ୟା ଭିଡିଓ ଭାଇଲାଲ କରି ଲୋକଙ୍କୁ ମିଥ୍ୟା ଖବର ଦିଆଯାଉଛି ବୋଲି କହିଛନ୍ତି ।