ନୂଆଦିଲ୍ଲୀ: କୋଭିଡ ସଂକ୍ରମଣରେ ସଂକ୍ରମିତ ହେଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତା ସହିତ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରହି କୋଭିଡ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ଟ୍ବିଟ୍ କରି କହିଛନ୍ତି ଯେ,"ମୁଁ କୋରୋନାରେ ସଂକ୍ରମିତ ହୋଇଛି । ମୋ ଦେହରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିଲା । ଏହାପରେ ମୁଁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ କୋଭିଡ ପ୍ରଟୋକଲ ମାନି ଆଇସୋଲେସନରେ ରହିଛି । ଗତ କିଛିଦିନ ମଧ୍ୟର ମୋ ସଂସ୍ପର୍ଶରେ ଯେଉଁମାନେ ବି ଆସିଥିଲେ ସେମାନେ ମଧ୍ୟ ସଂଗରୋଧରେ ରହି କୋଭିଡ ପରୀକ୍ଷା କରା ନେବାକୁ ମୁଁ ନିବେଦନ କରୁଛି ।"