ହାଇଦ୍ରାବାଦ:ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବତନ୍ତ୍ର ବିମାନ ଜରୁରୀ ଅବତରଣ କରିଛି (Central HM Amit Shahs flight emergency landing)। ଆଜି ଅଗରତାଲା ଗସ୍ତରେ ଥିଲେ ଶାହ । ଖରାପ ପାଗ ପାଇଁ ତାଙ୍କ ସ୍ବତନ୍ତ୍ର ବିମାନ ଆସାମ ରାଜଧାନୀ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି ।
Emergency landing: ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ - ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ
ଖରାପ ପାଗ ଯୋଗୁ ଆସାମରେ ଜରୁରୀ ଅବତରଣ କଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବତନ୍ତ୍ର ବିମାନ (Central HM Amit Shahs flight emergency landing)। ଅଗରତାଲା ଅଭିମୁଖେ ଭରିଥିଲା ଉଡାଣ । ଆଜି ରାତି ଗୌହାଟୀରେ କାଟିବେ ଶାହ । ଅଧିକ ପଢନ୍ତୁ
![Emergency landing: ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ](https://etvbharatimages.akamaized.net/etvbharat/prod-images/768-512-17399202-464-17399202-1672852873476.jpg)
ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ
ଗୃହମନ୍ତ୍ରୀ ଶାହଙ୍କ ବିମାନ ଗୌହାଟୀ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି । ତେବେ ଜରୁରୀ ଅବତରଣ କରିବା ପରେ ଗୃହମନ୍ତ୍ରୀ ଶାହ ଆଜି (ବୁଧବାର) ଗୌହାଟୀର ଏକ ହୋଟେଲରେ ରାତି କାଟିବେ । ଆସନ୍ତାକାଲି (ଗୁରୁବାର) ସକାଳେ ସେ ପୁନଃ ଗୌହାଟୀରୁ ଅଗରତାଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ