ନୂଆଦିଲ୍ଲୀ: ଦେଶରେ କୂଳ ଲଙ୍ଘିବାରେ ଚାଲିଛି ମହାମାରୀ। ଗତ କିଛିଦିନ ମଧ୍ୟରେ ସଂକ୍ରମଣ ପିକକୁ ଛୁଇଁଛି। ଏନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଟେଷ୍ଟିଂ ବଢ଼ାଇବା ଦ୍ବାରା ରୋଗୀଙ୍କ ସଂଖ୍ୟା ଓ ରାଜ୍ୟରେ କୋଭିଡ ସ୍ଥିତି ଜଣାପଡ଼ିବ । ଯାହା ଫଳରେ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ସୋମବାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି, ଯେଉଁ ସବୁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେହି ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରାଯାଉ। ଯାହା ଫଳରେ ହୁ ହୁ ହୋଇ ବଢ଼ିଚାଲୁଥିବା ସଂକ୍ରମଣ ଚେନକୁ ରଣନୀତି ଉପାୟରେ ରୋକା ଯାଇପାରିବ ।