ଓଡିଶା

odisha

ETV Bharat / bharat

ୱେବ୍‌ ପୋର୍ଟାଲ ପଞ୍ଜିକରଣ ପାଇଁ ଆସିବ ଆଇନ ! - ଡିଜିଟାଲ୍‌ ନ୍ୟୁଜ୍‌ ମିଡିଆ ପାଇଁ ଆସିବ ଆଇନ

ଡିଜିଟାଲ୍‌ ମିଡିଆ ପାଇଁ ଆସିବ ଗାଇଡଲାଇନ । ଫଳରେ ମାନ୍ୟତା ପାଇବ ଡିଜିଟାଲ ମିଡିଆ । ସମାଚାର ପତ୍ର ପାଇଁ ନୂଆ ପଞ୍ଜିକରଣ ବ୍ୟବସ୍ଥା ଆଣିବାକୁ ଯାଉଛି କେନ୍ଦ୍ର । ଅଧିକ ପଢ଼ନ୍ତୁ

ମାନ୍ୟତା ପାଇବ ଡିଜିଟାଲ ମିଡିଆ, ୱେବ୍‌ ପୋର୍ଟାଲ ପଞ୍ଜିକରଣ ପାଇଁ ଆସିବ ଆଇନ !
ମାନ୍ୟତା ପାଇବ ଡିଜିଟାଲ ମିଡିଆ, ୱେବ୍‌ ପୋର୍ଟାଲ ପଞ୍ଜିକରଣ ପାଇଁ ଆସିବ ଆଇନ !

By

Published : Jul 15, 2022, 7:07 PM IST

Updated : Jul 15, 2022, 7:12 PM IST

ନୂଆଦିଲ୍ଲୀ: ଡିଜିଟାଲ୍‌ ମିଡିଆ ପାଇଁ ଆସିବ ଗାଇଡଲାଇନ । ସମାଚାର ପତ୍ର ପାଇଁ ନୂଆ ପଞ୍ଜିକରଣ ବ୍ୟବସ୍ଥା ଆଣିବାକୁ ଯାଉଛି କେନ୍ଦ୍ର । ଏଥିପାଇଁ ଏକ ସ୍ବତନ୍ତ୍ର ବିଲ୍‌ ଆଣିବେ କେନ୍ଦ୍ର ସରକାର । ଯେଉଁଥିରେ ଡିଜିଟାଲ୍‌ ମିଡିଆ ମଧ୍ୟ ସାମିଲ ରହିବ । ଏଭଳି କିଛି ବିଲ୍‌ ଆସିଲେ ମିଡିଆ ଉଦ୍ୟୋଗ ପ୍ରେସ ରେଜିଷ୍ଟ୍ରାର୍‌ରେ ଡିଜିଟାଲ ମିଡିଆକୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ମିଡିଆ ରିପୋର୍ଟ ମୁତାବକ କେନ୍ଦ୍ର ସରାକର ଖୁବଶୀଘ୍ର କ୍ୟାବିନେଟ୍‌ରେ ପ୍ରେସ ଓ ସମାଚାର ପତ୍ର ପଞ୍ଜିକରଣ ବିଧେୟକ ୨୦୧୯ର ପ୍ରସ୍ତାବ ରଖିବେ । ନୂଆ ବିଧେୟକ ପ୍ରେସ୍‌ ଓ ପୁସ୍ତକ ପଞ୍ଜିକରଣ ଅଧିନିୟମ ୧୮୬୭ର ସ୍ଥାନ ନେବ । ବର୍ତ୍ତମାନ ଏହି ନିୟମ ଅନୁଯାୟୀ ଦେଶରେ ସମାଚାର ପତ୍ର ଓ ପ୍ରିଣ୍ଟିଂ ପ୍ରେସ୍‌ ଉଦ୍ୟୋଗ ନିୟନ୍ତ୍ରିତ ହେଉଛି ।

ନୂଆ ବିଧେୟକରେ ଡିଜିଟାଲ ସମାଚାର ପତ୍ର ବା ୱେବ୍‌ ପୋର୍ଟାଲ୍‌କୁ ସମାଚାର ପତ୍ର ସମକକ୍ଷ କରିବାକୁ ପ୍ରସ୍ତାବ ରହିଛି । ଏହିକ୍ରମରେ ପୋର୍ଟାଲ୍‌ଗୁଡ଼ିକୁ ପ୍ରେସ୍‌ ରେଜିଷ୍ଟ୍ରାର୍‌ ଜେନେରାଲଙ୍କ ନିକଟରେ ପଞ୍ଜିକୃତ ହେବାକୁ କୁହାଯିବ । ବର୍ତ୍ତମାନ ଡିଜିଟାଲ୍‌ ନ୍ୟୁଜ୍‌ ପ୍ଲାଟଫର୍ମ ପାଇଁ କୌଣସି ପଞ୍ଜିକରଣ ବ୍ୟବସ୍ଥା ନାହିଁ ।

୨୦୧୯ରେ ମିଡିଆ ନିୟନ୍ତ୍ରଣ ପାଇଂ କେନ୍ଦ୍ର ସରକାର ୱେବ୍‌ ପୋର୍ଟାଲଗୁ଼ଡ଼ିକ ପାଇଁ ନୂଆ ପଞ୍ଜିକରଣ ବ୍ୟବସ୍ଥା ବିଧେୟକ ପ୍ରସ୍ତୁତ କରିଥିଲେ । ଏହି ବିଧେୟକରେ ଡିଜିଟାଲ୍‌ ମିଡିଆକୁ ଡିଜିଟାଲ ସମାଚାର ପତ୍ର ଭାବରେ ଦର୍ଶା ଯାଇଥିଲା । ଯାହାଦ୍ବାରା ଇଣ୍ଟରନେଟ, କମ୍ପ୍ୟୁଟର ବା ମୋବାଇଲ ନେଟୱର୍କ ମାଧ୍ୟମରେ ନ୍ୟୁଜ୍‌ ପ୍ରସାରଣ ହୋଇ ପାରିବ । ଏଥିରେ ଟେକ୍ସ୍‌ଟ୍‌, ଅଡିଓ, ଭିଡିଓ ଓ ଗ୍ରାଫିକ୍ସ ସାମିଲ ରହିଛି । ଏଭଳି ଏକ ବିଧେୟକକୁ ନେଇ ୨୦୧୯ରେ ବିରୋଧୀଙ୍କ ମଧ୍ୟରେ ନାନା ଆଲୋଚନା ହୋଇଥିଲା । ସରକାର ସୋସିଆଲ ମିଡିଆକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ ।

ତେବେ ଏହାପରେ ବିଧେୟକ ଉପରେ ବିଶେଷ ଫୋକସ କରିନଥିଲେ କେନ୍ଦ୍ର ସରକାର । ତେବେ ଆଗାମୀ ଦିନରେ ଡିଜିଟାଲ୍‌ ମିଡିଆକୁ ନେଇ କିଛି ଗାଇଡଲାଇନ୍‌ ପ୍ରଣୟନ ହୋଇପାରେ । ଖୁବଶୀଘ୍ର ସଂସଦରେ ଏହି ବିଲ୍‌ ପାରିତ ହେବ ବୋଲି କୁହାଯାଉଛି । ନୂଆ ବିଧେୟକ ପାରିତ ହେଲେ ପୁରୁଣା ନିୟମ ଅପସାରିତ ହେବ ।

Last Updated : Jul 15, 2022, 7:12 PM IST

For All Latest Updates

TAGGED:

ABOUT THE AUTHOR

...view details