ଓଡିଶା

odisha

ETV Bharat / bharat

ନିର୍ଯ୍ୟାତିତ ଅଣମୁସଲିମଙ୍କୁ ନାଗରିକତା ଆବେଦନ କରିବାକୁ କେନ୍ଦ୍ରର ଅପିଲ୍ - ସିଏଏ

ବିଭିନ୍ନ ଇସଲାମିକ ଦେଶରୁ ନିର୍ଯ୍ୟାତିତ ହୋଇ ଆସିଥିବା ଅଣମୁସଲିମଙ୍କୁ ଭାରତରେ ନାଗରିକତା ପାଇଁ ଆବେଦନ କରିବାକୁ କେନ୍ଦ୍ର ସରକାରଙ୍କ ଅପିଲ । ଅଧିକ ପଢନ୍ତୁ...

ନିର୍ଯ୍ୟାତିତ ଅଣମୁସଲିମଙ୍କୁ ନାଗରିକତା ଆବେଦନ କରିବାକୁ କେନ୍ଦ୍ରର ଅପିଲ୍
ନିର୍ଯ୍ୟାତିତ ଅଣମୁସଲିମଙ୍କୁ ନାଗରିକତା ଆବେଦନ କରିବାକୁ କେନ୍ଦ୍ରର ଅପିଲ୍ନିର୍ଯ୍ୟାତିତ ଅଣମୁସଲିମଙ୍କୁ ନାଗରିକତା ଆବେଦନ କରିବାକୁ କେନ୍ଦ୍ରର ଅପିଲ୍

By

Published : May 29, 2021, 8:48 AM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପାଇଁ ଆବେଦନ ମାଗିଛନ୍ତି । ତେବେ କେନ୍ଦ୍ର ସରକାର ଶୁକ୍ରବାର ଏହି ସବୁ ଦେଶରୁ ଆସିଥିବା ହିନ୍ଦୁ, ଶିଖ୍, ଜୈନ ବା ବୌଦ୍ଧ ଏବଂ ଗୁଜୁରାଟ, ରାଜସ୍ଥାନ, ଛତିଶଗଡ, ହରିୟାଣା ପଞ୍ଜାବ ପରି 13 ଜିଲ୍ଲାରେ ଥିବା ଅଣମୁସଲିମମାନଙ୍କୁ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରିଛନ୍ତି ।

ଗୃହ ମନ୍ତ୍ରାଳୟ ନାଗରିକତା ଅଧିନିୟମ 1995 ଏବଂ 2009 ନିୟମ ଅନୁଯାୟୀ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି । ତେବେ 2019ରେ ପ୍ରଣୟନ ହୋଇଥିବା CAA ଆଇନ ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନାହିଁ । କାରଣ CAA ଆଇନ ପ୍ରଣୟନ ସମୟରେ ଦେଶର ଭିନ୍ନ ସ୍ଥାନରେ ଏହାକୁ ବିରୋଧ କରି ଦଙ୍ଗା ପରିସ୍ଥିତ ସୃଷ୍ଟି ହୋଇଥିଲା । ଦୀର୍ଘ ଏକ ବର୍ଷ ଧରି ଦଙ୍ଗା ହେବା ପରେ 2020 ମାର୍ଚ୍ଚରେ ଏହା ଶାନ୍ତ ପଡିଥିଲା ।

ତେବେ ଏହି ଆଇନ ଅନୁଯାୟୀ 31 ଡିସେମ୍ବର 2014 ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ହୋଇ ଆସିଥିବା ଅଣ ମୁସଲିମ୍ ହିନ୍ଦୁ, ଶିଖ୍, ଜୈନ ପାର୍ସି ଇତ୍ୟାଦି ସମ୍ପ୍ରଦାୟଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ । ବର୍ତ୍ତମାନ କେନ୍ଦ୍ର ସରକାର ଏହି ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପାଇଁ ଅନୁମୋଦନ କରିବାକୁ ଅପିଲ୍ କରିଛନ୍ତି ।

ABOUT THE AUTHOR

...view details