ଓଡିଶା

odisha

ETV Bharat / bharat

State Minister Arrested: ଦୁର୍ନୀତି ବିରୋଧରେ ଖଡଗହସ୍ତ କେନ୍ଦ୍ର ସରକାର, ବନ୍ଧା ହେଉଛନ୍ତି ମନ୍ତ୍ରୀ - Nawab Malik Arrested

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ଦେଶର ବିଭିନ୍ନ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଏବେ ଛନକା ପଶିଛି । କେତେବେଳେ ଯେ, ଇଡି ସିବିଆଇ ନୋଟିସ ପହଞ୍ଚିଯିବ ସେହି ଆଶଙ୍କାରେ ଏବେ ଦୁର୍ନୀତି ଖୋର ରାଜନେତା । କେନ୍ଦ୍ରୀୟ ଏଜେନ୍ସୀ ଗୁଡିକ ନନଷ୍ଟପ୍ ଆକ୍ସନ ନେବାରେ ଲାଗିଛନ୍ତି । ଅଧିକ ପଢନ୍ତୁ

State Minister Arrested
State Minister Arrested

By

Published : Jul 23, 2022, 10:56 PM IST

Updated : Jul 24, 2022, 6:42 AM IST

ହାଇଦ୍ରାବାଦ: ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଦୁର୍ନୀତିକୁ ନେଇ କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ କଳାଧନ ଓ ବେଆଇନ ସମ୍ପତ୍ତି ଆରୋହଣ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକ କଡା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ସିବିଆଇ (Central Bureau of Investigation) ଇଡି (Enforcement Directorate), ଆୟକର ବିଭାଗ (Income Tax Department) ଜିଏସଟି (GST) ଭଳି ସଂସ୍ଥା କଳାଧନ ଓ ବେଆଇନ ଭାବେ ଅର୍ଜିତ ସମ୍ପତ୍ତି ଉପରେ କଡା କାର୍ଯ୍ୟାନଷ୍ଠାନ ନେବାରେ ଲାଗିଛନ୍ତି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ଦେଶର ବିଭିନ୍ନ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଏବେ ଛନକା ପଶିଛି । କେତେବେଳେ ଯେ ଇଡି ସିବିଆଇ ନୋଟିସ୍‌ ପହଞ୍ଚିଯିବ ସେହି ଆଶଙ୍କାରେ ଏବେ ଦୁର୍ନୀତି ଖୋର ରାଜନେତା । କେନ୍ଦ୍ରୀୟ ଏଜେନ୍ସି ଗୁଡିକ ନନଷ୍ଟପ ଆକ୍ସନ ନେବାରେ ଲାଗିଛନ୍ତି । ତମାମ ରାଜନୈତିକ ଆହ୍ବାନ ଆଇନଗତ ଲଢେଇକୁ ପ୍ରତିହତ କରି କେନ୍ଦ୍ରୀୟ ସଂସ୍ଥା ଦୁର୍ନୀତି ଓ ଦୁର୍ନୀତି ଖୋର ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ରାସ୍ତାକୁ ପରିଷ୍କାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019 ସାଧାରଣ ନିର୍ବାଚନ ପ୍ରଚାର ବେଳେ ଦେଶରେ ହୋଇଥିବା ଓ ହେଉଥିବା ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ । ଆଉ ବିଜେପି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ମୁତାବକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଏହାକୁ ପ୍ରତିଶୋଧ ରାଜନୀତି ବୋଲି ଅଭିଯୋଗ କରୁଛନ୍ତି । କିନ୍ତୁ ବିରୋଧୀଙ୍କ ଅଭିଯୋଗ ଦେଶର ଆଇନ ବ୍ୟବସ୍ଥାରେ ଗୌଣ ହୋଇଯାଉଛି । ଅର୍ଥାତ କାର୍ଯ୍ୟାନୁଷ୍ଠାନ ପ୍ରତିଶୋଧର ରାଜନୀତି ନୁହେଁ ଏହା କୁହାଯାଇ ପାରେ । ନଚେତ୍‌ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ରାଜନେତାଙ୍କୁ କୋର୍ଟରୁ କୌଣସି ଆଶ୍ବସ୍ତି ମିଳନ୍ତା । କିନ୍ତୁ ତାହା ହେଉନାହିଁ ।

ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ଅନେକ ପ୍ରଭାବଶାଳୀ ନେତା ମନ୍ତ୍ରୀ ଦୁର୍ନୀତି ପାଇଁ ଗିରଫ ହୋଇ ଏବେ ଜେଲରେ ସଢୁଛନ୍ତି । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗିରଫ ହୋଇଥିବା ଏହି ରାଜନେତା ମାନେ ମନ୍ତ୍ରୀ ପଦରେ ଥାଇ ଗିରଫ ହୋଇ ଜେଲ ଯାଇଛନ୍ତି । ଯେଉଁ ରାଜନୈତିକ ଦଳର ନେତାମାନେ ମନ୍ତ୍ରୀ ଥାଇ ଗତ ଏକ ବର୍ଷ ମଧ୍ୟରେ ଗିରଫ ହୋଇଛନ୍ତି ସେହି ଦଳ ମଧ୍ୟରେ ଅଛନ୍ତି ଶରଦ ପାୱାରଙ୍କ ଏନସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ।

ଗତ ବର୍ଷ ନଭେମ୍ବର ମାସ 2 ତାରିଖରେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ଅନିଲ ଦେଶମୁଖ(Anil Deshmukh Arrested) ଆର୍ଥିକ କାରବାର (ମନି ଲଣ୍ଡରିଂ ) ହେରଫେର ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଅନିଲ ଦେଶମୁଖ ନିଜର ମନ୍ତ୍ରୀତ୍ବ ସମୟରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟ କରାଉଥିବା ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେଇଥିବା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଯାଇ ତଦନ୍ତ କରିଥିଲା ଇଡି । ଆଉ ଶେଷରେ ଦୀର୍ଘ ଘଣ୍ଟା ଜେରାର ସମ୍ମୁଖୀନ ହୋଇ ଗିରଫ ହୋଇଥିଲେ ଅନିଲ ।

ସେହିପରି ସେହି ଏନସିପିର ବରିଷ୍ଠ ନେତା ତଥା ମହା ବିକାଶ ଅଘାଡି ସରକାରରେ ମନ୍ତ୍ରୀ ନୱାବ ମଲ୍ଲିକ (Nawab Malik Arrested) ଙ୍କୁ ଆର୍ଥିକ ଠକେଇ ଓ ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା ଇଡି । ମନି ଲଣ୍ଡରିଂ ତଥା ଅଣ୍ଡରୱାର୍ଲଣ୍ଡ ଲିଙ୍କ ଅଭିଯୋଗରେ ନୱାବ ମଲ୍ଲିକଙ୍କୁ ଫେବୃୟାରୀ 23 ରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଗିରଫ ପୂର୍ବରୁ ଇଡି ନୱାବଙ୍କୁ ଘନ ଘନ ଜେରା କରିଥିଲା ।

ଏହାପରେ ପାଳି ପଡିଲା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର । ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି । ଇଡିର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଶେଷରେ ଗତ ମେ 30 ରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ(Satyendra Jain Arrested) କରିଛି ଇଡି । ଆଉ ଗିରଫ ପରଠାରୁ ବାରମ୍ବାର ଜାମିନ ମାଗି ମାଗି ଥକି ପଡିଲେ ଜୈନ । ହେଲେ ଆଇନର ପଞ୍ଝାରୁ ବର୍ତ୍ତିବା ସମ୍ଭବ ହୋଇପାରିନାହିଁ ।

ଏହାବାଦ ଏବେ କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ଅଛନ୍ତି ପଶ୍ଚିମବଙ୍ଗର ନେତା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ତଥା ମମତା ସରକାରର ଅନ୍ୟତମ କ୍ଷମତାଶାଳୀ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ବାନ୍ଧିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଟିମ ମନ୍ତ୍ରୀ ପାର୍ଥ ଚାଟାର୍ଜୀ (Partha Chatterjee Arrested)ଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(SSC) ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ଏହି ଦୁର୍ନୀତି ସମୟରେ ପାର୍ଥ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ । ଗିରଫଦାରୀ ପୂର୍ବରୁ ଶୁକ୍ରବାର ସକାଳେ ଇଡି ତାଙ୍କ ଘରେ ଚଢାଉ କରିଥିଲା । ଅନ୍ୟପଟେ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଛି ।

ଏହାବାଦ ଆଉ ଜଣେ ପାୱର ଫୁଲ ମନ୍ତ୍ରୀ ଏବେ ଇଡି ଓ ସିବିଆଇ ଜାଲରେ ପଡିବା ସମ୍ଭାବନା ସୃଷ୍ଟି ହୋଇଛି । ସେହି ମନ୍ତ୍ରୀ ହେଉଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) । ତାଙ୍କ ବିରୋଧରେ ମଧ୍ୟ ଦୁର୍ନୀତିର ଛିଟା ଲାଗିଛି । ଆଉ ଏହାର ତଦନ୍ତ ଏବେ ସିବିଆଇ କରିପାରେ । କିଛିଦିନ ତଳେ ଦିଲ୍ଲୀ ସରକାର (Delhi Government) ଆଣିଥିବା 'ଅବକାରୀ ନୀତି'ର (excise policy) ଯାଞ୍ଚ କରୁଛି ସିବିଆଇ । ଏନେଇ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ସିବିଆଇ (CBI) ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ବଡକଥା ହେଉଛି ଦିଲ୍ଲୀର ଅବକାରୀ ବିଭାଗ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ (Deputy Chief Minister) ମନୀଷ ସିସୋଦିଆଙ୍କ ଅଧିନରେ ରହିଥିବାରୁ ସେ ମଧ୍ୟ ତଦନ୍ତ ପରିସରକୁ ଆସିବା ନିଶ୍ଚିତ । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ଗିରଫଦାରୀ ହୋଇପାରେ ବୋଲି ଆଶଙ୍କା କଲେଣି । ସତୈନ୍ଦ୍ର ଜୈନଙ୍କ ଗିରଫଦାରୀ ପରେ ସିସୋଦିଆଙ୍କ ହାତରେ ସରକାର ପ୍ରାୟ ୧୯ ଟି ବିଭାଗ ରହିଛି। ଯଦି ସିସୋଦିଆ ଗିରଫ ହୁଅନ୍ତି ତାହାହେଲେ ଏହା ଆମ ଆଦମୀକୁ ବଡ ଝଟକା ଲାଗିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2022, 6:42 AM IST

ABOUT THE AUTHOR

...view details