ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ଚାକିରି ପାଇଁ ମିଳିବ ପ୍ରାଥମିକତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ବୁଧବାର) ଘୋଷଣା କରିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଅଗ୍ନିବୀର ଯେଉଁମାନେ 'ଅଗ୍ନିପଥ' ଯୋଜନା ଅଧୀନରେ 4ବର୍ଷ ପୂରଣ କରିବା ପରେ ପାରାମିଲିଟାରୀ ଓ ଆସାମ ରାଇଫଲରେ ଚାକିରି ପାଇଁ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ନେଇଛି । ଗତକାଲି (ମଙ୍ଗଳବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଭାରତୀୟ ସେନାକୁ ବିଶ୍ବର ସର୍ବଶ୍ରେଷ୍ଠ ସେନା କରିବା ଦିଗରେ 'ଅଗ୍ନିପଥ' ନାମକ ଏକ ନୂଆ ସ୍ବଳ୍ପକାଳୀନ ନିଯୁକ୍ତି ଯୋଜନା ଘୋଷଣା ହୋଇଛି ।
ଯୋଜନା ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ 'ଅଗ୍ନିପଥ' ନାମକ ଏକ ନୂଆ ସ୍ବଳ୍ପକାଳୀନ ନିଯୁକ୍ତି ନୀତି ଅନୁଯାୟୀ ପ୍ରତିରକ୍ଷା ସେବାରେ ନିଯୁକ୍ତ ସୈନିକମାନଙ୍କୁ ଏହି ଯୋଜନା ଅଧୀନରେ 4 ବର୍ଷ ପୂରଣ କରିବା ପରେ ପାରାମିଲିଟାରୀ ଓ ଆସାମ ରାଇଫଲରେ ଚାକିରି ପାଇଁ ପ୍ରାଥମିକତା ଦିଆଯିବ । ଏନେଇ ବିସ୍ତୃତ ଯୋଜନା ଆରମ୍ଭ ହୋଇଛି । ଯୁବପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଏହା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ସ୍ବାଗତଯୋଗ୍ୟ ନିଷ୍ପତ୍ତି ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଏହା ବି ପଢନ୍ତୁ...Agnipath Scheme: ସଶସ୍ତ୍ର ବଳରେ ସାମିଲ ନେଇ ନିଯୁକ୍ତି ଯୋଜନା, ଭର୍ତ୍ତି ହେବେ ଅଗ୍ନିବୀର