ଓଡିଶା

odisha

ETV Bharat / bharat

ଶିଶୁଙ୍କ ପାଇଁ ଏକ କୋଟି ଟିକା ଅର୍ଡର ଦେଲେ ଭାରତ ସରକାର

ଜାଇଡସ କାଡିଲା କୋଭିଡ୍ ଟିକା ZyCoV-Dର ୧ କୋଟି ଡୋଜ କିଣିବ ଭାରତ । ଖର୍ଚ୍ଚ ହେବ 265 କୋଟି । ଅଧିକ ପଢନ୍ତୁ...

By

Published : Nov 8, 2021, 10:50 PM IST

ZyCoV-D ର ୧ କୋଟି ଡୋଜ କିଣିବ ଭାରତ
ZyCoV-D ର ୧ କୋଟି ଡୋଜ କିଣିବ ଭାରତ

ନୂଆଦିଲ୍ଲୀ: ଜାଇଡସ କାଡିଲା କୋଭିଡ୍ ଟିକା ZyCoV-D ର ୧ କୋଟି ଡୋଜ କିଣିବ ଭାରତ । ଏନେଇ କେନ୍ଦ୍ର ସରକାର ଅର୍ଡର ଦେଇଥିବା ଜଣାପଡିଛି । ଏଥିପାଇଁ 265 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ କେନ୍ଦ୍ର ସରକାର ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ବିଶ୍ବର ପ୍ରଥମ ଡିଏନ୍ଏ ଆଧାରିତ କୋଭିଡ୍ -19 ଟିକା, ZyCoV-D ତ୍ରିସ୍ତରୀୟ ଭାବେ ଶରୀରରେ ପ୍ରଦାନ କରାଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ୨ୟ ଡୋଜ ଓ 56 ଦିନ ପରେ ତୃତୀୟ ତଥା ଅନ୍ତିମ ଡୋଜ ଦିଆଯିବ । ଏହି ପ୍ଲାସମିଡ୍ ଟିକା ବିନା ଛୁଞ୍ଚିରେ ଦିଆଯିବ ପିଲାଙ୍କୁ ଟିକା । ଏହାକୁ ଜିଏସଟି ବାଦ ଦେବା ପରେ 93 ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡିଛି ।

ଏହି ଟିକା 20 ଅଗଷ୍ଟରେ ଭାରତର ଡ୍ରଗ୍ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇ ସାରିଛି । ଦେଶରେ 12 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ବ୍ୟବହାର ଯୋଗ୍ୟ । ତଥାପି, ଶିଶୁଙ୍କ ଶରୀରରେ ବ୍ୟବହାର ପାଇଁ କୋମୋରବିଡିଟିର ଏକ ପ୍ରାଥମିକ ତାଲିକା ପ୍ରସ୍ତୁତ କରିବା ସହିତ ZYCoV-D ଏବଂ Covaxin ର ଶୁଭାରମ୍ଭ ପାଇଁ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଇମ୍ୟୁନାଇଜେସନ (NTAGI )ଦ୍ବାରା କାର୍ଯ୍ୟ କରାଯାଉଛି । ZyCoV-D ସହିତ ସରକାରଙ୍କ ଟୀକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରି ଆମେ ଖୁସି ବୋଲି କେନ୍ଦ୍ରର ନିର୍ଦ୍ଦେଶ ପାଇବା ପରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ ଶାର୍ଭିଲ ପଟେଲ କହିଛନ୍ତି

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details