ନୂଆଦିଲ୍ଲୀ:ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଜାରି ହୋଇଥିବା ଗାଇଡଲାଇନକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି ।
ତେବେ ଦେଶର ପ୍ରାୟ ବିଭିନ୍ନ ରାଜ୍ୟରେ ସାଧାରଣ ସଂକ୍ରମଣ ସମେତ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ପ୍ରୋଟୋକଲରେ କୌଣସି ଅବହେଳା ବା ଉଲ୍ଲଙ୍ଘନ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ଆସନ୍ତା ମାସ (ଫେବୃଆରୀ) ୨୮ ଯାଏ ବଳବତ୍ତର ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।