ନୂଆଦିଲ୍ଲୀ:ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି । ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦାମ । ପେଟ୍ରୋଲ ଦାମରେ 8 ଟଙ୍କା ଓ ଡିଜେଲରେ 6 ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ତେବେ ଏହି ଅନୁପାତ ଅନୁସାରେ, ପେଟ୍ରୋଲ ଲିଟର ପିଚ୍ଛା 9.50 ପଇସା ଓ ଡିଜେଲ ଲିଟର ପିଚ୍ଛା 7 ଟଙ୍କା ହ୍ରାସ ପାଇବ ।
ସେହିପରି ଜାଳେଣି ଗ୍ୟାସରେ ମଧ୍ୟ 200 ଟଙ୍କା ସବସିଡି ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ନିଷ୍ପତ୍ତି ଫଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ପ୍ରାୟ 9 କୋଟି ଉପଭୋକ୍ତା ଲାଭାନ୍ବିତ ହେବାକୁ ଯାଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।