ଓଡିଶା

odisha

ETV Bharat / bharat

ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

Central education minister review meeting on Digital Education
ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

By

Published : Jul 13, 2021, 10:30 PM IST

ଭୁବନେଶ୍ବର:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିରେ ପିଏମ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ (ଏନଡିଇଏଆର), ସ୍ବୟମ୍‍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ ରହିଛି ।

ଏହି ସମୀକ୍ଷା ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସାମିଲ ହୋଇଥିଲେ । ସେହିପରି ଶିକ୍ଷା ମନ୍ତ୍ରଣାଳୟର ବରି ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗଦେବା ସହ ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ ।

ଶିକ୍ଷାରେ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଉପରେ ଗୁରୁତ୍ବ ଆରୋପ କରି ମନ୍ତ୍ରୀ କହିଛନ୍ତି ଯେ; ଏକ ମୁକ୍ତ, ସମାବେଶୀ ଏବଂ ସହଜଲବ୍ଧ ଶିକ୍ଷା ପ୍ରଯୁକ୍ତିର ଉପଯୋଗ ଦ୍ବାରା ହିଁ ହାସଲ କରାଯାଇପାରିବ । ଦେଶରେ ଏକ ସକ୍ରିୟ ଶିକ୍ଷା ବାତାବରଣ ସୃଷ୍ଟି ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକରୁ ଅଧିକ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ହେବ । ଫଳରେ ଶିକ୍ଷା କ୍ଷେତ୍ରରେ ଅଭିନବତ୍ବ ଓ ଉଦ୍ୟମିତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ଼ ବୈଷୟିକ ମହାମାରୀ ଶିକ୍ଷାକୁ ଡିଜିଟାଲ ମୋଡ ଆଡ଼କୁ ନେବାପାଇଁ ଏବେ ଅତ୍ୟାବଶ୍ୟକ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ସେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ଏଥିପାଇଁ ଡିଜିଟାଲ ପ୍ରୟାସମାନ ଆରମ୍ଭ କରିଛି । ଯାହାଦ୍ବାରା ଶିକ୍ଷାର ଧାରାକୁ ଜାରି ରଖାଯାଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details