ଓଡିଶା

odisha

ETV Bharat / bharat

ଜୁଭେନାଇଲ ଜଷ୍ଟିଜ ଆକ୍ଟ ସଂଶୋଧନ ଅଧିନିମୟମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୁଭେନାଇଲ ଜଷ୍ଟିଜ ଆକ୍ଟର ସଂଶୋଧନ ଅଧିନିମୟମକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ ।ଅଧିକ ପଢନ୍ତୁ...

ଜୁଭିନାଇଲ ଜଷ୍ଟିଜ ଆକ୍ଟର ସଂଶୋଧନ ଅଧିନିମୟମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଜୁଭିନାଇଲ ଜଷ୍ଟିଜ ଆକ୍ଟର ସଂଶୋଧନ ଅଧିନିମୟମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

By

Published : Feb 17, 2021, 5:48 PM IST

ନୂଆଦିଲ୍ଲୀ: ଜୁଭେନାଇଲ ଜଷ୍ଟିଜ ଆକ୍ଟର ସଂଶୋଧନ ଅଧିନିମୟମକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ 2015 ରେ ସଂଶୋଧନ ହୋଇଥିବା ଅଧିନୀୟମକୁ ମଞ୍ଜୁରୀ ମିଳିଛି । ବାଳ ଅପରାଧ ନିୟନ୍ତ୍ରଣ ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ 2015 ର ଏହି (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମକୁ ସଂଶୋଧନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟ ଆଗରେ ପ୍ରସ୍ତାବ ରଖିଥିଲା । ତେବେ ଏହାକୁ ଅନୁମୋଦନ କରିଛି କ୍ୟାବିନେଟ ।

ଏହି ସଂଶୋଧନରେ ବାଳ ଅପରାଧ ସମ୍ପର୍କିତ ମାମଲା ଗୁଡିକର ତ୍ବରିତ ବିଚାର ଓ ସମାଧାନ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ଶିଶୁ ମାନଙ୍କ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ପାଇଁ ଜେଜେ ଆକ୍ଟର ଧାରା 61 ଅନୁଯାୟୀ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣକୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି ।

ଶିଶୁ ମାନଙ୍କ ପାଇଁ ମିଳିତ ପ୍ରୟାସ କରବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଏହି ଅଧିନିୟମ ଅନୁଯାୟୀ ଅଧିକ କ୍ଷମତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଶିଶୁ ମଙ୍ଗଳ କମିଟି (CWC ) ସଦସ୍ୟଙ୍କ ନିଯୁକ୍ତି ପାଇଁ ଉପଯୁକ୍ତ ଯୋଗ୍ୟତା ମାପଦଣ୍ଡ ଗୁଡିକ ବିଚାରକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ଅଜ୍ଞାତ ଅୁପରାଧ ଗୁଡିକୁ ‘ଗୁରୁତର ଅପରାଧ’ ଭାବରେ ଶ୍ରେଣୀଭୁକ୍ତ କରିବା ପାଇଁ ମଧ୍ୟ ସଂସୋଧିତ ଅଧିନିୟମରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details