ଓଡିଶା

odisha

ETV Bharat / bharat

ଇସ୍ରାଏଲ ଦୂତାବାସ ବିସ୍ଫୋରଣର କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଆରମ୍ଭ, ଏନଆଇଏ-ଏନଏସଜି କମାଣ୍ଡୋଙ୍କ ତନାଘନା - କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ

NIA started investigation on Israel Embassy blast: ଇସ୍ରାଏଲ ଦୂତାବାସ ବିସ୍ଫୋରଣ ଘଟଣାରେ କେନ୍ଦ୍ରୀୟ ଏଜେନ୍ସିଙ୍କ ତନାଘନା । ଏନଆଇଏ ସମେତ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଆରମ୍ଭ କରିଛନ୍ତି ତଦନ୍ତ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏନଏସଜି କମାଣ୍ଡୋ । ଅଧିକ ପଢ଼ନ୍ତୁ,

ଇସ୍ରାଏଲ ଦୂତାବାସ ବିସ୍ଫୋରଣର ଏନଆଇଏ ତଦନ୍ତ ଆରମ୍ଭ, ଗ୍ରାଉଣ୍ଡ ଜିରୋରେ ଏନଏସଜି କମାଣ୍ଡୋ
ଇସ୍ରାଏଲ ଦୂତାବାସ ବିସ୍ଫୋରଣର ଏନଆଇଏ ତଦନ୍ତ ଆରମ୍ଭ, ଗ୍ରାଉଣ୍ଡ ଜିରୋରେ ଏନଏସଜି କମାଣ୍ଡୋ

By ETV Bharat Odisha Team

Published : Dec 27, 2023, 12:03 PM IST

Updated : Dec 27, 2023, 12:41 PM IST

ଇସ୍ରାଏଲ ଦୂତାବାସ ବିସ୍ଫୋରଣର ତଦନ୍ତ ଆରମ୍ଭ, ଏନଆଇଏ-ଏନଏସଜି କମାଣ୍ଡୋଙ୍କ ତନାଘନା

ନୂଆଦିଲ୍ଲୀ:ନୂଆଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ଗତକାଲି ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପକ୍ଷରୁ ଚାଲିଛି ଖୋଳତାଡ଼ । ଏନଆଇଏ ସମେତ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ବିସ୍ଫୋରଣର ଯାଞ୍ଚ ଆରମ୍ଭ କରିଛନ୍ତି । ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏନଏସଜି କମାଣ୍ଡୋ ଏବଂ ଏନଆଇଏ ଅଧିକାରୀ । ଗତକାଲି ସଂଧ୍ୟା 5ଟା 10 ମିନିଟରେ ନୂଆଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା । ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ଇସ୍ରାଏଲ ଏହାକୁ ଆତଙ୍କୀ ଆକ୍ରମଣ ସନ୍ଦେହ କରୁଥିବା ବେଳେ, ଗୁରୁତ୍ବର ନେଇଛନ୍ତି ଭାରତ ସରକାର।

ଗତକାଲି (ମଙ୍ଗଳବାର) ସଂଧ୍ୟା ୫ଟା 10 ମିନିଟରେ ଦିଲ୍ଲୀର ଚାଣକ୍ୟପୁରୀରେ ଅବସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଶବ୍ଦ ଶୁଭିଥିଲା । ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲା। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ଦୂତାବାସର ସମସ୍ତ କର୍ମଚାରୀ ଏବଂ କୂଟନୈତିଜ୍ଞମାନେ ସୁରକ୍ଷିତ ଅଛନ୍ତି । ବିସ୍ଫୋରଣ ଘଟଣା ପରେ ଭାରତରେ ଥିବା ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଇସ୍ରାଏଲ। ଇସ୍ରାଏଲ ନାଗରିକମାନେ ମଲ୍ ଓ ମାର୍କେଟ ସମେତ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସତର୍କ କରାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ: ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ଇସ୍ରାଏଲୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି

ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ବିସ୍ଫୋରଣ ଘଟଣାକୁ 'ଆତଙ୍କବାଦୀ ଆକ୍ରମଣ' ବୋଲି ସନ୍ଦେହ କରିଛି । ଇସ୍ରାଏଲ ଦୂତାବାସ ମୁଖପାତ୍ର ଗାଏ ନିର୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ''ମଙ୍ଗଳବାର ସନ୍ଧ୍ୟାରେ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୋଲିସ ଛାନଭିନ୍ କରୁଛନ୍ତି ।'' ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଭାରତରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣକୁ ନେଇ ଇସ୍ରାଏଲ ସରକାର ଚିନ୍ତା ପ୍ରକଟ କରିଛନ୍ତି । ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଂଗଠନର ହାତ ଥିବା ଇସ୍ରାଏଲ ଆଶଙ୍କା ପ୍ରକାଶ କରିଛି ।

ଏହା ମଧ୍ଯ ପଢ଼ନ୍ତୁ: ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

ଗତକାଲି ବିସ୍ଫୋରଣସ୍ଥଳରେ ଛାନଭିନ୍ବ କରିଥିଲା ଡଗ୍ ସ୍କ୍ବାଡ୍‌, କ୍ରାଇମ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ । ଫୋରେନସିକ୍‌ ଟିମ୍ ମଧ୍ୟ ଯାଞ୍ଚ କରିଛି। ଖୋଳତାଡ଼ ସମୟରେ ଘଟଣାସ୍ଥଳରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ଏକ ପତାକା ଗୁଡ଼ା ଯାଇଥିଲା । ବିସ୍ଫୋରଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ସହ ତୀଷ୍ଣ ନଜର ରଖାଯାଇଛିଯ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2023, 12:41 PM IST

ABOUT THE AUTHOR

...view details