ଓଡିଶା

odisha

By

Published : Jun 26, 2021, 10:32 PM IST

ETV Bharat / bharat

ସୁପ୍ରିମକୋର୍ଟରେ କେନ୍ଦ୍ରର ଭ୍ୟାକ୍ସିନେସନ ବ୍ଲୁପ୍ରିଣ୍ଟ, ଦେଶକୁ ଆବଶ୍ୟକ 188 କୋଟି ଡୋଜ

ସୁପ୍ରିମକୋର୍ଟରେ ଭ୍ୟାକ୍ସିନେସନ ପଲିସିର ଡକ୍ୟୁମେଣ୍ଟ ଦେବା ସହ ଦସ୍ତାବିଜ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ କେନ୍ଦ୍ରର ଭ୍ୟାକ୍ସିନେସନ ବ୍ଲୁପ୍ରିଣ୍ଟ, ଦେଶକୁ ଆବଶ୍ୟକ 188 କୋଟି ଡୋଜ
ସୁପ୍ରିମକୋର୍ଟରେ କେନ୍ଦ୍ରର ଭ୍ୟାକ୍ସିନେସନ ବ୍ଲୁପ୍ରିଣ୍ଟ, ଦେଶକୁ ଆବଶ୍ୟକ 188 କୋଟି ଡୋଜ

ନୂଆଦିଲ୍ଲୀ: ଟୀକାକରଣ ନୀତିକୁ ନେଇ ସୁପ୍ରିମକୋର୍ଟରେ ଭ୍ୟାକ୍ସିନେସନ ପଲିସିର ଡକ୍ୟୁମେଣ୍ଟ ଦେବା ସହ ଦସ୍ତାବିଜ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଟୀକା ମିଳିବାରେ ସମସ୍ୟା କାରଣରୁ କ୍ରୟ ନୀତିରେ ପରିବର୍ତ୍ତନ କରାଯାଇଥିବା ସ୍ବୀକାର କରିଛି କେନ୍ଦ୍ର ।

ସୁପ୍ରିମକୋର୍ଟରେ ଦାଖଲ ଦସ୍ତିବିଜରେ କେନ୍ଦ୍ର ମାନିଛି ଯେ ଟିକା କ୍ରୟ ନୀତି ବଦଳାଇବାକୁ ପଡିଛି । କାରଣ ରାଜ୍ୟ ଓ ଛୋଟ ଘରୋଇ ହସ୍ପିଟାଲକୁ ଭ୍ୟାକ୍ସିନ ମିଳିବାରେ ଅସୁବିଧା ହେଉଥିଲା ।

କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟିକା କ୍ରୟ ପାଇଁ 50-50 କୋଟାର ଅନୁମତିକୁ ସଠିକ ଦର୍ଶାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତର ବଡ ଅଂଶ ପ୍ରଥମରୁ ସ୍ବାସ୍ଥ୍ୟ ସୁବିଧା ପାଇଁ ଘରୋଇ ହସ୍ପିଟାଲ ଉପରେ ନିର୍ଭରଶୀଳ ।

କୋର୍ଟରେ ଦାଖଲ ଦସ୍ତାବିଜରେ କେନ୍ଦ୍ର ସରକାରଙ୍କ ଏହା ପ୍ରୟାସ ଯେ 31 ଡିସେମ୍ବରସୁଦ୍ଧା ଭାରତରେ ସମସ୍ତଙ୍କୁ ଟୀକାକରଣ କରାଯିବ । କେନ୍ଦ୍ର କହିଛି ଦେଶରେ 18ରୁ ଊର୍ଦ୍ଧ୍ବ ବୟସ୍କର 93ରୁ 94 କୋଟି ଲୋକଙ୍କୁ ଟିକା ଲଗାଇବା ପାଇଁ 186ରୁ 188 କୋଟି ଡୋଜ ଆବଶ୍ୟକତା ରହିଛି । ଏହାସହ 31 ଜୁଲାଇ ସୁଦ୍ଧା 51 .6 କୋଟି ଡୋଜ ଉପଲବ୍ଧ କରାଯିବ ।

ABOUT THE AUTHOR

...view details