ଓଡିଶା

odisha

ETV Bharat / bharat

CDS Chopper Mishap: ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ - ଆଉ ନାହାନ୍ତି ଦେଶର ପ୍ରଥମ ସିଡିଏସ

ସିଡିଏସ ବିପିନ ରାୱତଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଜି AF Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ CDS ବିପିନ ରାୱତଙ୍କ ସହ ୧୪ ଜଣ ଥିଲେ । ଅଧିକ ପଢନ୍ତୁ ।

ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ
ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ

By

Published : Dec 8, 2021, 6:10 PM IST

Updated : Dec 8, 2021, 7:02 PM IST

ନୂଆଦିଲ୍ଲୀ: ଆଉ ନାହାନ୍ତି CDS (Chief of Defence Staff) ବିପିନ ରାୱତ । Mi-17V5 ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ସିଡିଏସ ବିପିନ ରାୱତ ଚିକିତ୍ସାଧିନ ଅବସ୍ଥାରେ ଶେଷରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା ।

ଭାରତ ବାୟୁ ସେନା ପାଇଁ ଆଜି ଏକ କଳାଦିନ । ଆଜି ଦେଶ ହରାଇଛି ତାର ପ୍ରଥମ ସିଡିଏସଙ୍କୁ । ଡିସେମ୍ବର ୩୦, ୨୦୧୯ରେ ବିପିନ ରାୱତଙ୍କ ପ୍ରଥମ Chief of Defence Staff ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ଉତ୍ତରାଖଣ୍ଡର ପାଉରିରେ ଜନ୍ମଗ୍ରହଣ କରିଥିଲେ । କେବଳ ବିପିନ ନୁହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ପିଢି ପରେ ପିଢି ଭାରତୀୟ ସେନାରେ କାର୍ଯ୍ୟ କରି ଆସୁଛନ୍ତି ।

ଡେରାଡୁନର କ୍ୟାମବ୍ରିଆନ ହଲ୍‌ ସ୍କୁଲ ଓ ଶିମଲାର ଷ୍ଟୁଆର୍ଟ ଏଡୱାର୍ଡ ସ୍କୁଲରେ ପାଠ ପଢିଥିଲେ ବିପିନ । ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ ବିପିନ ।

ସୂଚନା ଥାଉକି, CDS ବିପିନ ରାୱତଙ୍କୁ ନେଇ ଯାଉଥିବା AF Mi-17V5 ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିପିନ ରାୱତଙ୍କ ପତ୍ନୀଙ୍କ ସମେତ ୧୪ ଜଣ ରହିଥିଲେ । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିପିନ ରାୱତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Last Updated : Dec 8, 2021, 7:02 PM IST

ABOUT THE AUTHOR

...view details