ନୂଆଦିଲ୍ଲୀ: CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ଘଟିଛି । ଏଥିରେ CDS ଜେନେରାଲ ରାଓ୍ବତ ଓ ପତ୍ନୀ ମଧୁଲିକାଙ୍କ ସମେତ ୧3 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦେଶର ପ୍ରଥମ ସିଡିଏସଙ୍କୁ ହରାଇବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଠୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।
ଭାରତର ପ୍ରଥମ ୩ସେନା ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ ଜେନେରାଲ ବିପିନ ରାଓ୍ବତ । ପ୍ରଥମେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ ପରେ ସେ ଏହି ନୂତନ ସର୍ବୋଚ୍ଚ ସମାରିକ ପଦରେ ୩ ସେନାର ମୁଖ୍ୟ କାମାଣ୍ଡିଂ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା:-
ଉତ୍ତରାଖଣ୍ଡର ପାଉରୀରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବିପିନ ରାଓ୍ବତ । ରାଓ୍ବତଙ୍କ ବାପା ଲକ୍ଷ୍ମଣ ସିଂ ରାଓ୍ବତ ମଧ୍ୟ ଭାରତୀୟ ସେନାରେ ଏକ ଉଚ୍ଚପଦସ୍ଥ ପଦବୀରେ ନିୟୋଜିତ ଥିଲେ । ଡେରାଡୁନରେ ସ୍କୁଲ ଶିକ୍ଷା ସମାପ୍ତ ପେରେ ରାଓ୍ବତ ଶିମଲାରେ କଲେଜ ଶିକ୍ଷା ଗ୍ରହଣ କରିଥିଲେ । କଲେଜ ଶିକ୍ଷା ଗ୍ରହଣ ସମାପ୍ତ ପରେ ସେ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଭର୍ତ୍ତି ହୋଇଥିଲେ । ପରେ ସେଠାରୁ ଭାରତୀୟ ମିଲିଟାରୀ ଏକାଡେମୀରେ ଭର୍ତ୍ତି ହୋଇଥିଲେ । ଏକାଡେମୀରେ ପ୍ରଶିକ୍ଷଣ ସମୟରେ ସେ 'Sword of Honour' ପଦବିରେ ସମ୍ମାନିତ ମଧ୍ୟ ହୋଇଥିଲେ । ସେହିପରି ସେ Defence Services Staff College (DSSC) ରୁ ମଧ୍ୟ ଗ୍ରାଜୁଏଟ ହୋଇଥିଲେ । ପରେ ପ୍ରତିରକ୍ଷା ଶିକ୍ଷାରେ ସେ M.phil ମଧ୍ୟ କରିଥିଲେ । military media strategic studies ରେ ମିରଟର ଚୌଧୁରୀ ଚରଣ ସିଂ ବିଶ୍ବ ବିଦ୍ୟାଳୟରୁ ସେ P.hd ମଧ୍ୟ ହାସଲ କରିଥିଲେ ।
ଭାରତୀୟ ସେନାରେ କ୍ୟାରିୟର:-
୧୯୭୮ ମସିହା ଡିସେମ୍ବର ୧୬ତାରିଖରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ରାଓ୍ବତ । ଗୋର୍ଖା ରାଇଫଲର ୫ମ ବାଟାଲିୟନରେ ପ୍ରଥମେ ତାଙ୍କର ଭର୍ତ୍ତି ହୋଇଥିଲା । ପରେ ସେ ଏହି ଗୋର୍ଖା ବାଟାଲିୟନରେ କମାଣ୍ଡିଂ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ କିଛିବର୍ଷ ସଫତାର ସହ ନେତୃତ୍ବ ନେବା ପରେ ସେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇଥିଲେ । ପରେ ରାଷ୍ଟ୍ରୀୟ ରାଇଫଲର ମଧ୍ୟ ନେତୃତ୍ବ ନେଇଥିଲେ ରାଓ୍ବତ । ୧୯୮୭ ରେ Sino-Indian skirmish ଅପରେସନର ଦାୟିତ୍ବ ନେଇଥିଲା ତାଙ୍କ ନେତୃତ୍ବଧୀନ ବାଟାଲିୟନ । ଚୀନ ସେନାକୁ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶକୁ ପଣ୍ଡ କରିବାରେ ତାଙ୍କର ନେତୃତ୍ବ ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା ।
ଅନ୍ତର୍ଜାତୀୟ ମିଶନରେ ଭୂମିକା:-