ନୂଆଦିଲ୍ଲୀ : CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଉଚ୍ଚସ୍ତରୀୟ ବିଚାର ବିମର୍ଶ ଜାରି ରହିଛି । ତେବେ ଆଜି ସଂନ୍ଧ୍ୟା ୬.୩୦ ରେ କ୍ୟାବିନେଟ ସୁରକ୍ଷା ପରିଷଦ Cabinet Committee on Security (CCS)ର ବୈଠକ ହେବା ନେଇ ସୂଚନା ରହିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।
ଘଟଣା ଘଟିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇଥିଲେ । ତେବେ ଅଘଟଣ ପରେ ଜରୁରୀକାଳୀନ ଭାବେ ଏହି ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସଂସଦରେ ଦୁର୍ଘଟଣା ନେଇ ବିବୃତ୍ତି ରଖିବେ ସରକାର ।